ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତାଙ୍କୁ ଜନ୍ମତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି 

ସମ୍ବିଧାନ ପ୍ରଣେତାଙ୍କୁ ଜନ୍ମତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି 

ରାଉରକେଲା। ତା ୧୪.୦୪.୨୦୨୫। ଆଜି ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡକ୍ଟର ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ସମେତ ଉପସ୍ଥିତ ସମସ୍ତ ନେତୃ ମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନେତୃବୃନ୍ଦ ଏହି ଅବସରରେ ଡ ଆମ୍ବେଦକରଙ୍କର ସୃତିଚାରଣ କରିବା ସହିତ ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ , ଉଦାର ପୌରୁଷ ପାଇଁ ଚିରଦିନ ସ୍ୱରଣୀୟ ହେଇ ରହିଛନ୍ତି। ଆଜିର ଏହି ମହାନ ପବିତ୍ର ଦିବସ , ଭଗବାନ ହନୁମାନଙ୍କ ଜନ୍ମତିଥି, ମହାବିଷୁବ ସଂକ୍ରାନ୍ତି , ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ସନ୍ତୋଷ କୁମାର ବେହେରା , ଗଙ୍ଗାଧର ଦାଶ, ମଳୟ ମହାପାତ୍ର, ଭ୍ରମରବର ବେହେରା, ସସ୍ମିତା ପାଢ଼ୀ, ଅକ୍ଷୟ କୁମାର ଦାଶ, ଅଶୋକ ଲେଙ୍କା, ଅଜୟ କାଂସାରୀ, ସତ୍ୟ ବ୍ରତ ସାହୁ, ଆଲୋକ ନାୟକ,, ଅଜୟ କାଂସାରୀ,ରାମ ବର୍ମା,ମନୋଜ ପଟ୍ଟନାୟକ, ଗାଡୁ ବାଗ, ମନୋଜ ଜେନା, ସନ୍ତୋଷ ବିରାଟଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଚାଷୀ ଙ୍କୁ ନାକଚଣା ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!