ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

ଡାବୁଗାଁ, ୧୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ଚାଲିଥିବା ମା ‘ ଠାକୁରାଣୀ ଙ୍କ କଳସ ଯାତ୍ରା ମଙ୍ଗଳବାର ଶେଷ ହୋଇଯାଇଛି | ଆଜି ଦିନ ସାରା ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରେ ପୂଜାର୍ଚ୍ଚନା ପରେ ଅପରାହ୍ନ ୫ ଘ ସମୟରେ ମା ଠାକୁରାଣୀଙ୍କ ଘଟ ସହ ଲାଠି, କୁର୍ଚ୍ଚି ଆଦି କଳସୀ ମଣ୍ଡପ ଠାରୁ ବହୁ ଆଡମ୍ବରରେ ଶୋଭାଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମର ସମସ୍ତ ଦେବୀ ମାନଙ୍କୁ ଡାକ ଦେଇ ବାହାରି ପଡିଥିଲେ ମା ଠାକୁରାଣୀ ଙ୍କ ମନ୍ଦିରକୁ | ଏଥିରେ ବହୁ ଭକ୍ତ ଉପସ୍ଥିତ ଥିଲେ | ପ୍ରାୟ ୩୦ ରୁ ଉର୍ଦ୍ଧ ବାଳିକା ଝିଅ ମାନେ ମୁଣ୍ଡରେ କଳସ ବୋହି ମା ଠାକୁରାଣୀ ଙ୍କ ମନ୍ଦିରକୁ ଯାଇ ସେଠାକାର ପୋଖୋରୀରେ ବୁଡ ପକାଇ ଥିଲେ | ପରେ ସମସ୍ତ ଗ୍ରାମବାସୀ ନିଜ ଘରକୁ ଫେରିଥିଲେ | ଏଥିରେ ଡାବୁଗାଁ ପୋଲିସ ସହଯୋଗ କରିଥିଲେ | ଏଥିରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର, ଉପସଭାପତି ବିନୋଦ ସୌରା, ସମ୍ପାଦକ ରାମକୁମାର ଗଣ୍ଡ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି, ଜିତୁ ରେଲି, ପାପନ୍ନା ରେଲି, ଶାନ୍ତି ସୁନା, ମକର ସୌରା, ଟୁନା ଭାଟ ଙ୍କ ସହ ଅନ୍ୟମାନେ ମିଶି ଏହି ଯାତ୍ରା କୁ ସୁରୁଖୁରୁ ରେ ପରିଚାଳନା କରିଥିଲେ | ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଧବଳ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଅନ୍ୟ ମାନେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୭୨ ବର୍ଷରେ ଡ଼ଙ୍ଗାବାହାଲ ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

Sunil Chandra Nayak

ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ

Sunil Chandra Nayak

Leave a Comment

error: Content is protected !!