ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

ରାଉରକେଲା: ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ ତଥା ରାଉରକେଲା ରେଲୱେ କଲୋନୀ ସ୍ପୋର୍ଟସ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ରେଲୱେ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି। ହାଇଟେକ୍ ମେଡିକାଲ ତରଫରୁ ଅଙ୍କିତ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଡାକ୍ତର ଆଦ୍ୟାଷା ସେନାପତି, ଡାକ୍ତର କାଳିପ୍ରସାଦ ପଣ୍ଡା ଓ ସହଯୋଗୀ ଭାବେ ଲୋପାମୁଦ୍ରା ନାୟକ,ପ୍ରଦୀପ୍ତା ଆଚାର୍ଯ୍ୟ,ମିଲନ ବସନ୍ତରାୟ, ସଂଗୀତା ଦୀପ୍, ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଶତାଧିକ ଜନସାଧାରଣଙ୍କୁ ନିଃଶୁଳ୍କ ସେବା ପ୍ରଦାନ କରିଥିଲେ। ଏହାସହ ଆବଶ୍ୟକ ସ୍ଥଳେ ମାଗଣା ଔଷଧ, ଚଷମା ଆଦି ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ ଓ ସ୍ପୋର୍ଟସ କ୍ଲବ୍ ର କର୍ମକର୍ତ୍ତାଙ୍କ ପ୍ରୟାସକୁ ସାଧୁବାଦ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସମାଜସେବୀ ସତିଶ ଶର୍ମା,ପିଙ୍କୁ ଜୟସ୍ୱାଲ ଯୋଗଦେଇଥିଲେ। ସେହିପରି ସ୍ପୋର୍ଟସ କ୍ଲବ୍ ତରଫରୁ ଆଶିଷ ସାହା, ସଞ୍ଜୟ ବାବୁଟା,ଆନନ୍ଦ ବେହେରା, ବିପ୍ଳବ ତନ୍ତୀ, ଡି ଏନ୍ ମିସ୍ତ୍ରୀ, ବବଲୁ, ଭୀଷଣ, ଜିତେନ୍ଦ୍ର, ଗୋଲୁ, ନଦୀରୁ ତଥା ନାରୀ ଶକ୍ତି ରୁ ସମ୍ପା ସା,ରିଙ୍କୁ, ପ୍ରିୟା ବାବୁଟା,ଶୁକ୍ଳା ପଲ,ଜୟା, ମାୟା, ମମତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

Leave a Comment

error: Content is protected !!