ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଗୁଡ୍ ଫ୍ରାଇଡେ ପାଳନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

ବନ୍ଧୁଗାଁରେ ଗୁଡ୍ ଫ୍ରାଇଡେ ପାଳନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

ବନ୍ଧୁଗାଁ ତା, ୧୮/୪/୨୫,ଆଜି ଗୁଡ୍ ଫ୍ରାଇଡେ,ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ ଅଟେ। ଆଜିର ଦିନରେ ପ୍ରଭୁ ଯୀଶୁଙ୍କୁ କ୍ରୁସ ବଦ୍ଧକରି ହତ୍ୟା କରାଯାଇଥିଲା । ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଙ୍କ ଶରଣାପନ୍ନ ହୋଇ ନିଜ ଦୋଷ ସ୍ବୀକାର କରିଥାନ୍ତି । ଯାହାକୁ କନ୍ଫେସନ୍ କୁହାଯାଏ । ବିଭିନ୍ନ ଭାଷାରେ ଅର୍ଥାତ୍ ଓଡିଆ, ମାଲାଲୟମ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଭିନ୍ନଭିନ୍ନ ସମୟରେ କନ୍ଫେସନ୍ କରିଥାନ୍ତି ।ଏଥିପାଇଁ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ରହିଥିବା ଅନେକ ଗ୍ରାମର ଖ୍ରୀଷ୍ଟିଆନ ମାନେ ସକାଳେ ଉଠି ସ୍ମସାନ କୁ ଯାଇ ନିଜ ନିଜ ପରିବାର ଲୋକଙ୍କ କବର କୁ ସଫା କରି ସେମାନଙ୍କ କବର କୁ ପୁଣର୍ବାର ମରାମତି କରି ରଙ୍ଗ ମାରିଥାନ୍ତି I ଓ ଆଜିର ଗୁଡ଼ ଫ୍ରାଇଡେ ଦିନକୁ ପ୍ରଭୁ ଯୀଶୁଙ୍କ ନାମରେ ଶାନ୍ତି ଆଣିବା ପାଇଁ ଯେତେ ଗ୍ରାମ ମାନଙ୍କର ଚର୍ଚ୍ଚରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନିଜ ନିଜର ଚର୍ଚ୍ଚ ର ଗୁରୁ (ବା ) ପାଷ୍ଟର ମାନେ ଚର୍ଚ୍ଚ ରେ ଏକତ୍ରିତ ହୋଇ ସାମୂହିକ ପ୍ରାର୍ଥନା କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ଅପରାହ୍ନ ୨ଟା ସମୟରେ ଦେଖିବାକୁ ମିଳିଛି। 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

masiha

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

masiha

Leave a Comment

error: Content is protected !!