ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ 

କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ 

ନବରଙ୍ଗପୁର:(ତା ୧୭|୪)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର କର୍ସାହାଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି ବିଜେପିର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ସାଂସଦ ପ୍ରତିନିଧି ତଥା ଝରିଗାଁ ବିଧାନ ସଭାର ସଂଯୋଜକ ଚନ୍ଦ୍ରଭାନୁ ନାୟକଙ୍କ ଆୟୋଜନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ରମେଶ ସାହୁ, ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ଜୈନ,ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ମାଝୀ, କୃଷକ ମୋର୍ଚ୍ଚା ରାଜ୍ୟ ସଦସ୍ୟ ଜଗଦିଶ କଲାର, ରାଜ୍ୟ ଏସ ଟି ମୋର୍ଚ୍ଚା ସମ୍ପାଦିକା ବାସନ୍ତୀ ମାଝି ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁନା ମାଝୀଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ପଂଚାୟତ ବିଜେପିର ସକ୍ରିୟ ସଦସ୍ୟମାନେ ମଞ୍ଚାସୀନ ରହିଥିଲେ |କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ଭାରତ ମାତା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ସ୍ୱାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଦେଶ ବନ୍ଦନା ଗାନ କରାଯାଇଥିଲା |ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ମଞ୍ଚ ପରିଚାଳନା କରି ଭାରତୀୟ ଜନତା ପାର୍ଟିର ଗଠନ, ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ବିସ୍ତୃତ ଭାବେ ନିଜ ଅଭିଭାଷଣ ରଖିଥିଲେ ଓ ସଂଗଠନକୁ ବିସ୍ତାର କରିବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ |ରାଜ୍ୟ ସମ୍ପାଦକ ରମେଶ ସାହୁ ମଧ୍ୟ ନିଜ ଅଭିଭାଷଣରେ ବିଜେପିର ସାଙ୍ଗଠନିକ ବ୍ୟବସ୍ଥା, କାର୍ଯ୍ୟ ପଦ୍ଧତି, ପ୍ରସ୍ତୁତି ଓ ସମୀକ୍ଷା ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ଝରିଗାଁ ବିଧାୟକ ନରସିଂହ ଭତରା ନିଜ ଅଭିଭାଷଣରେ ବିଜେପି ସରକାରର ସଂଗଠନ ଓ ମୋଦି ସରକାର ଓ ମୋହନ ମାଝୀ ସରକାରର ଉପଲବ୍ଧି ଉପରେ ନିଜ ବକ୍ତବ୍ୟ ରଖିଥିଲେ |ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ମଧ୍ୟ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବିକଶିତ ଭାରତ ତଥା ୧୧ବର୍ଷର ରାଜନୈତିକ ଯାତ୍ରା ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶାଳ ଜନସମାବେଶ କରି ବିଜେଡି ରୁ ପ୍ରାର୍ଥୀପତ୍ର ଦାଖଲ କଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 

masiha

ଶଙ୍ଖ ଭବନରୁ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମାଲୋଚନା ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ,ସୁଶାସନ ଗୁରୁତ୍ଵପୂର୍ଣ୍ଣ

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

masiha

Leave a Comment

error: Content is protected !!