ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ କଟିଲେ ଅନ୍ଧାରରେ ଥାନା 

ବିଦ୍ୟୁତ କଟିଲେ ଅନ୍ଧାରରେ ଥାନା 

ଡାବୁଗାଁ, ୨୦/୪ (ମ.ନି.ସ.) :- ନବରଙ୍ଗପୁର ଜିଲା ଅଧୀନ ଡାବୁଗାଁ ଥାନା | ବିଦ୍ୟୁତ କାଟ ହେଲେ ଅନ୍ଧକାରରେ ରହୁଛି ଥାନା | ବିନା ବିଦ୍ୟୁତ ଆଲୁଅରେ କାର୍ଯ୍ୟ କରୁଛନ୍ତି କର୍ମଚାରି | ବିଭାଗକୁ ଜଣାଇବା ପରେ ବି ହେଉନି ମରାମତି | ଡାବୁଗାଁ ଥାନାରେ ବିଦ୍ୟୁତ କାଟ ହେଲେ ଅନ୍ଧକାରମୟ ରହୁଛି କାର୍ଯ୍ୟାଳୟ | ଦୀର୍ଘ ଦିନ ଧରି ଥାନା ର ଇନଭର୍ଟର ମରାମତି ହେଉନଥିବାରୁ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି | ବର୍ତମାନ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର କରଣ ସହ ଅନଲାଇନରେ ହେଉଥିବା ବେଳେ କର୍ମଚାରୀ ମାନଙ୍କୁ ଏଥି ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଡାବୁଗାଁରେ ପତ୍ର ହଲିଲେ ବିଦ୍ୟୁତ କାଟ କରାଯାଉଥିବା ବେଳେ କାଳ ବୈଶାଖୀ ଯୋଗୁଁ ପ୍ରାୟ ଦିନ ବର୍ଷା ପଵନ ଦେଖି ବିଦ୍ୟୁତ କାଟ କରାଯାଉଛି | ବିଦ୍ୟୁତ ନ ଥିଲେ ଥାନାର କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ ଥାନାକୁ ଯାଉଥିବା ଲୋକ ମାନେ ମଧ୍ୟ ହଇରାଣ ହେଉଛନ୍ତି | ଶୁକ୍ରବାର ଦିନ କାଳ ବୈଶାଖୀ କାରଣରୁ ରାତି ୧୨ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ଥାନା ମଧ୍ୟ ଅନ୍ଧାରରେ ରହିଥିଲା | ବର୍ତ୍ତମାନ କାଳ ବୈଶାଖୀ କାରଣରୁ ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ କଟିଯାଉଥିବାରୁ ଥାନା ଅନ୍ଧରେ ରହୁଛି | ବିଭିନ୍ନ କାରଣରୁ ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ଥାନାର ବାମ ପଟକୁ ଲାଗି ଜଙ୍ଗଲ ଏବଂ ଡାହାଣ ଓ ପଛ ପଟେ ରହିଛି ଚାଷ ଜମି ସେଠାରୁ ବିଷାକ୍ତ ସାପ ମଧ୍ୟ ଥାନା ପରିସରକୁ ଚାଲି ଆସୁଛନ୍ତି | ଯାହାକି ଥାନା ପରିସର ଅନ୍ଧାର ରହୁଥିବାରୁ ଲୋକଙ୍କୁ ସାପ ଙ୍କ ଭୟ ମଧ୍ୟ ରହୁଛି | ଏନେଇ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ରଙ୍କୁ ପଚାରିବାରୁ ଏନେଇ ଉପରିସ୍ଥ କର୍ତ୍ତୁପକ୍ଷଙ୍କୁ ଜଣାଇଥିବା କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

masiha

ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ କଳାହାଣ୍ଡିର ଝିଅ ରେମ୍ପ ରେ ପ୍ରଦର୍ଶିତ ହେଲା ମାଁ ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଝଲକ….

ଜାରିଙ୍ଗ ଠାରେ ରକ୍ତଦାନ ଶିବିର ୬୦ ୟୁନିଟ ରକ୍ତ ସଂଗୃହୀତ 

masiha

Leave a Comment

error: Content is protected !!