ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଅଧ୍ୟକ୍ଷ ବିନ୍ଦୁମହାନନ୍ଦଙ୍କ ସହ ଜନକଲ୍ୟାଣ ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଗୋଳାମୁଣ୍ଡା/ମସିହା/୨୭/୪/ଗ୍ରୀଷ୍ମପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି,ଅନେକ ସ୍ଥାନରେ ନଇଁ ନାଳ, ପୋଖରୀ ପାଣି ଏବଂ ନଲ କୂପରୁ ପାଣି ସୁଖୀ ଯାଉ ଥିବାବେଳେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି,ଵୃଦ୍ଧ ବୃଦ୍ଧାଙ୍କ ବୟସ ସୀମା ଉର୍ଦ୍ଧ୍ବ ହୋଇଥିଲା ବେଳେ ଭତା ପାଇବାରେ ବିଫଳ,ଭଙ୍ଗାରୁଜା ଘରେ ରହି ଖରା ବର୍ଷା ଶୀତ ରେ କାଳାତିପାତ କରୁଥିଲେ ସୁଦ୍ଧା ଅଧିକାଂଶ ଲୋକ ସରକାରୀ ଆବସ ଘର ପାଇବାରେ ସଫଳ ହୋଇ ପାରି ନାହାନ୍ତି, ଏଭଳି ଅନେକ ପ୍ରକାର ସମସ୍ୟା କୁ ନେଇ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାକରାଯାଇ ଥିଲା । ମୁଖ୍ୟତ କେଗାଁ,ବେହେରାଗୁଡା, ପଞ୍ଜୀଆ ଓ ଚିଚିଆ ପଞ୍ଚାୟତ ଓ ପଣ୍ଡକୁଳରେ ତୁରନ୍ତ ପାଣି ଯୋଗାଇ ଦେବାପାଇଁ ସଂଘ ପକ୍ଷରୁ କୁହାଯାଇଥିବାରୁ ଅଧ୍ୟକ୍ଷ ମହାଶୟ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଗୋଲାମୁଣ୍ଡା ସିଡିପିଓ କାର୍ଯ୍ୟାଳୟ ବିପଦ ସଙ୍କୁଳ ଅବସ୍ଥା ରେ   ଥିବା ବେଳେ ତୁରନ୍ତ ପଦକ୍ଷେପ  ନେବା ପାଇଁ ସଙ୍ଘ ପକ୍ଷରୁ  ପ୍ରକାଶ କରା ଯାଇଥିଲା,ଏହା ପରେ ସେ କହିଛନ୍ତି ଯେ, ଯେକୌଣସି ସରକାରୀ କର୍ମଚାରୀ ଯେ କୌଣସି ସ୍ତରରେ ଲାଞ୍ଚ ନେବାରେ ସଠିକ ପ୍ରମାଣ ମିଳେ ତେବେ ତାହାରି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ,ତେଣୁ  ସାମ୍ୱାଦିକ  ମାନଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ,     ଏହି ଆଲୋଚନା ରେ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ରାମକୁମାର ସେନାପତି, ସମ୍ପାଦକ ଈଶ୍ୱରୀ ପଟେଲ, ବିସିକେସନ ଜୋତିଶ, ଜନ୍ମେଜୟ ନାଇକ, ଲବଜି ପଟେଲ, ମହେନ୍ଦ୍ର ଦାସ, ରବୀନ୍ଦ୍ର ରାଉତ,ବ୍ରହ୍ମା କାଣ୍ଡ ପଙ୍କଜ ସାହୁ, ପୃଥ୍ୱୀରାଜ ତାଣ୍ଡି, ମଣି ଦୁର୍ଗା, କପୁରଚନ ସେଠିଆ, କୃଷ୍ଣ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

Leave a Comment

error: Content is protected !!