ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

ରାଇରଙ୍ଗପୁର – ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ସମସ୍ତେ ଛଟପଟ ।ପାଣି ଟୋପେ ପାଇଁ ଡହଳ ବିକଳ । ଏପ୍ରିଲ ମାସ ଦ୍ଵିତୀୟ ସୋମବାର ଦିନ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।ଏହି ଜନଶୁଣାଣୀରେ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ପୌରାଞ୍ଚଳର ବସବାସ କରୁଥିବା ଲୋକେ କିଏ ବ୍ୟକ୍ତିଗତ କିଏ ସାମୁହିକ ସମସ୍ୟା ନେଇ ସୁଦୂର ଦୂରାନ୍ତରୁ ଖରା,ବର୍ଷା, କାଳବୈଶାଖୀ କୁ ଖାତିର ନ କରି ନିଜର‌ ମସ୍ଯାନେଇ ଛୁଟି ଆସିଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଛୁଟି ଆସିଥିଲେ‌।କି ବୁଢ଼ାବୁଢ଼ୀ,ହାତୀ ଦ୍ଵାରା କ୍ଷତିଗ୍ରସସ୍ତ ପରିବାର,ଛଜଵର ଦଖଲ ଉଛେଦ ପିଡିତା,କୃଷକ, ଛାତ୍ର,ଶ୍ରମିକ, ଗ୍ରାମବାସୀ ଆସିଥିଲେ । ସେମାନଙ୍କୁ ପ୍ରବଳ ଢୋ ଢୋ ଖରାରେ ଆଳୁକୁ ପାଟୁଆ ହୋଇ ମିଳୁଥିବା ଗ୍ରୀଷ୍ମ ପ୍ରବାହରେ ରାଇର ତହସିଲଦାର ବିଶ୍ବନାଥ ଵିଶ୍ବାନଙ୍କ ମନବଳ ଭାଙ୍ଗି ପଡ଼ିଥିଲା ।ଗରୀବ ଗୁରୁବାଙ୍କ ତୃଷାର୍ତ୍ତ ମେଣ୍ଟାଇବା ପାଇଁ ସେ ଏକ ନିଆରା ପ୍ରୟାସ କରିଥିଲେ ।ସଙ୍ଗେ ସଂଙ୍ଗେ ମୋ ନିଜର କର୍ମଚାରୀଙ୍କୁ ଡକାଇ ଦହି ସରବତ ବ୍ୟବସ୍ଥା କରାଇ ଅଭିଯୋଗକାରୀ ମାନଙ୍କୁ,ରାସ୍ତାରେ ଯାଉଥିବା ବୁଢ଼ାବୁଢ଼ୀ ପଥିକମାନଙ୍କୁ ବଣ୍ଟନ କରିଥିଲେ ।ସମସ୍ତେ ମନଖୋଲି ପାଣି ପିଇ ଆଶ୍ବସ୍ତ ହୋଇଥିଲେ । ତହସିଲଦାରଙ୍କ ନିଆରା ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ତହସିଲ ତରଫରୁ ତହସିଲଦାର ଙ୍କ ମାର୍ଗ ଦର୍ଶନରେ ନିହାର କୁମାର ପାତ୍ର,ନମିତା ସେଠୀ, ରଞ୍ଜନ ପାତ୍ର,ସୁନାରାମ ମାଝୀ,ଲିପୁ ରାଉଚ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

Sunil Chandra Nayak

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

Sunil Chandra Nayak

Leave a Comment

error: Content is protected !!