ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କଲେଜ ଛକ ପେଟ୍ରୋଲ ପମ୍ପ ଛକରେବାଇକ୍ ବାଇକ୍ ମୁହାଁମୁହିଁ,ଜଣେ ମୃତ ଜଣେ ଗୁରୁତର 

ରାଇରଙ୍ଗପୁର କଲେଜ ଛକ ପେଟ୍ରୋଲ ପମ୍ପ ଛକରେବାଇକ୍ ବାଇକ୍ ମୁହାଁମୁହିଁ,ଜଣେ ମୃତ ଜଣେ ଗୁରୁତର 

 ମୟୂରଭଞ୍ଜ- ୨୩/୦୪ // ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ରାଇରଙ୍ଗପୁର ଠାରୁ ୫ କିମି ଦୂର ରାଇରଙ୍ଗପୁର କଲେଜ ସନ୍ନିକଟ ପେଟ୍ରୋଲ ପମ୍ପ ଛକରେ ବାଇକ ସହ ବାଇକ୍ ସହ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହିଷାନେଦା ଗ୍ରାମର ମନୋରଞ୍ଜନ ଗୋପ(୪୨) ପେଟ୍ରୋଲ ପମ୍ପ ଛକରେ ବାଇକ(OD11M5241) ରେ ଯାଉଥିବାବେଳେଅନ୍ୟ ଏକ ବାଇକ୍(ODO1AL 9361) ସହ ମୁହାଁମୁହିଁ ହେବା ଫଳରେ ମନୋରଞ୍ଜନ ଗୋପ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ଆର ବାଇକ୍ ଆରୋହୀ ମଧ୍ୟ ଗୁରୁତର ହୋଇଥିଲେ । ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା । ସେଠାରୁ ମନୋରଞ୍ଜନ ଗୋପଙ୍କୁଙ୍କୁ ଅଧିକ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ବାରିପଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ଵିଜାତଳା ପାଖରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ କେଶ ନମ୍ବର ୮୭/୨୫ ରୁଜୁ କରି ମୃତ୍ୟୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର

masiha

ମୁଖ୍ୟ ରାସ୍ତା ବିପଦ ଅବସ୍ଥାରେ, ରାସ୍ତାକୁ ସଂଯୋଗ କରୁଥିବା ଦୁଇଟି ପଞ୍ଚାୟତର ୨୬ ଟି ଗାଁ ର ଲୋକେ ଜାତାୟତରେ ଜୀବନ ପ୍ରତି ବିପଦ

Sunil Chandra Nayak

ଜାତିଆଣ ଆକ୍ଷେପକୁ ନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ

masiha

Leave a Comment

error: Content is protected !!