ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

 ଭବାନୀପାଟଣା: ତା 24.4.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ସଦର ବିଧାୟକ ଙ୍କ ପ୍ରତିନିଧି ଧନୁର୍ଜୟ ଗହୀର, ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ଜଗ ବନ୍ଧୁ ସାହୁ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ,ଭବାନୀ ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ଭୋଇ, ତହସିଲଦାର ଅଧିକାରୀ ସୁଚିସ୍ମିତା ମିଶ୍ର, ପ୍ରମୁଖ ଯୋଗଦେଇ ଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାଢି ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଆର୍ଥିକ ବର୍ଷ 2024-25 ପାଇଁ ଜିଲ୍ଲାରେ ମୋଟ 1,20,665 ସଂଖ୍ୟାକ ପ୍ରକଳ୍ପ ଗ୍ରହଣ କରାଯାଇଛି, 28,389 ସଂଖ୍ୟା କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ 51, 376 ସଂଖ୍ୟାକ ପ୍ରକଳ୍ପ ର କାର୍ଯ୍ୟ ଚାଲୁରହିଛି। ସେଥିମଧ୍ୟରୁ 19,181 ସଂଖ୍ୟାକ ଜଳ ସଂରକ୍ଷଣ ଏବଂ ଜଳ ସଂଗ୍ରହ ପ୍ରକଳ୍ପ ଗ୍ରହଣ କରାଯାଇ 3,954 ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ମୋଟ 5,473 ସଂଖ୍ୟାକ ଗ୍ରାମୀଣ ସଂଯୋଗ ପ୍ରକଳ୍ପ ଗ୍ରହଣ କରାଯାଇ 707 ସଂଖ୍ୟାକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ମୋଟ 2,800 ସଂଖ୍ୟାକ ପାରମ୍ପରିକ ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପ ଗ୍ରହଣ କରାଯାଇ 546 ସଂଖ୍ୟା କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିସହ ମୋଟ 7,240 ସଂଖ୍ୟାକ ଭୂମି ଉନ୍ନୟନ ପ୍ରକଳ୍ପ ଗ୍ରହଣ କରାଯାଇ 2,172 ସଂଖ୍ୟାକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏସ୍ ବି ଏମ୍, ଅଧୀନରେ 1976 ଟି ଗ୍ରାମକୁ ଓ ଡି ଏଫ୍ ପ୍ଲସ୍ ମଡେଲ ଗ୍ରାମ ଘୋଷଣା କରାଯାଇଛି। 3,68,611 ଟି ସୌଚାଳୟର ନିର୍ମାଣ କରାଯାଇଛି ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ। ଗ୍ରାମର ବିକାଶ ହେଲେ ଜିଲ୍ଲାର ବିକାଶ ହେବ ଏବଂ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ, ସମସ୍ତଙ୍କ ର ସହଯୋଗ ରେ ବିକାଶର ଧାରା କୁ ଆଗେଇ ନେବା ର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ କହିଥିଲେ। ଅନ୍ୟ ସମସ୍ତ ଅତିଥି ପଞ୍ଚାୟତି ରାଜ ବିଧିବ୍ୟବସ୍ଥା ରେ ମହିଳା ସଶକ୍ତିକରଣ ଓ ଗାଁ ର ଉନ୍ନତି ଓ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। 16 ତମ ପଞ୍ଚାୟତି ରାଜ ଦିବସ ପାଳନ ଅବସରରେ ଦଶଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଂଚ ରେ ଅତିଥି ମାନଙ୍କ ଦ୍ଵାର ନୁଆ ରାସନକାର୍ଡ ବଣ୍ଟନ କରାଯାଇଥିଲା ଏବଂ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଜିଲ୍ଲାର ଏ ବି, ସି ଗ୍ରେଡ ତାଲିକା ରେ ଥିବା ଗ୍ରାମପଞ୍ଚାୟତ ଙ୍କୁ ପୁରସ୍କାର ରାଶି ବାବଦକୁ ଡମି ଚେକ,ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ପୁରୀ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

( ମ ନି ସ ) 

Related posts

ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ସହଭାଗିତା ଉପରେ ତାଲିମ 

masiha

ଏରଗଡା ରେ ଇଦୁଲ ଫିତର ପାଳନ

masiha

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

Sunil Chandra Nayak

Leave a Comment

error: Content is protected !!