ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତାରେ ଇଷ୍ଟ ଇଣ୍ଡିଆ କନସୋରଟିୟମ ସଂସ୍ଥା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ, ଜଗନ୍ନାଥ ଙ୍କ ଫଟୋ ଥିବା ଲକେଟ ଓ ଲିଫଲେଟ ଦେଇ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଟିମ ଲିଡର ଚକ୍ରଧର ମହାରଣା, ଗଦାଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି, ରାକେଶ ସାହୁ, କବି ଭତିଆ, ମୃତ୍ୟୁଞ୍ଜୟ ବିଶ୍ଵାଳ ଓ ଡାବୁଗାଁ ଥାନାର ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

Sunil Chandra Nayak

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

Sunil Chandra Nayak

Leave a Comment

error: Content is protected !!