ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତାରେ ଇଷ୍ଟ ଇଣ୍ଡିଆ କନସୋରଟିୟମ ସଂସ୍ଥା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ, ଜଗନ୍ନାଥ ଙ୍କ ଫଟୋ ଥିବା ଲକେଟ ଓ ଲିଫଲେଟ ଦେଇ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଟିମ ଲିଡର ଚକ୍ରଧର ମହାରଣା, ଗଦାଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି, ରାକେଶ ସାହୁ, କବି ଭତିଆ, ମୃତ୍ୟୁଞ୍ଜୟ ବିଶ୍ଵାଳ ଓ ଡାବୁଗାଁ ଥାନାର ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଣାର୍କ ମହୋତ୍ସବ: ବାଲୁକା କଳାରେ ‘ମାଣବସା’

masiha

ଶ୍ରୀଅରବିନ୍ଦ ଯୋଗର ବିଶିଷ୍ଟ ସାଧକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

Sunil Chandra Nayak

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

Leave a Comment

error: Content is protected !!