ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଵର ଦଖଲ ଉଛେଦ 

  ମୟୂରଭଞ୍ଜ – ୨୫/୦୪ // ରାଇରଙ୍ଗପୁର ସହରରେ ଦିନକୁ ଦିନ ଜବରଦଖଲ ହୁ ହୁ ହୋଇ ବୃଦ୍ଧି ପାଉଛି । ରାଇରଙ୍ଗପୁର ପୌରପାଳିକା ଵେଫିକର ହୋଇ ନିଦାବିଷ୍ଣୁ ସାଜିଛି ।ରାଜନୈତିକ ନେତୃବୃନ୍ଦ ଭୋଟ ବ୍ୟାଙ୍କ ପାଇଁ ଜବରଦଖଲକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନାଁ ଗନ୍ଧ ନ ଧରି ସୁରକ୍ଷା ଦେଉଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ସହର ସବୁଜ ସୁନ୍ଦରହେବା ପରିବର୍ତ୍ତେ ଆକର୍ଷଣ ହରାଉଛି । ଯେଉଁ ଆଡେ ଦେଖିବ ପ୍ରଭାବଶାଳୀ ‌ରାଜନେତା,ବେପାରୀ ,ଜମି ଦଲାଲ,ସରକାରୀ ଚାକିରୀଆ, ବୁଦ୍ଧିଜୀବୀ ସମସ୍ତେ ସରକାରୀ ଜମି ଓ ମଠ ଜମିକୁ ଗିଳି ପକାଉଛନ୍ତି । ଅଧିକାଂଶ ସ୍ଥାନରେ ପ୍ରଶାସନ ହାତବାନ୍ଧି ବସୁଛନ୍ତି ।

ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବାବେଳେ ସରକାର ରାଇରଙ୍ଗପୁର ସହରକୁ ରାଜ୍ୟରେ ଶ୍ରେଷ୍ଠ ସହର ପାଇଁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ କୋଟିକୋଟି ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ପ୍ରକଳ୍ପ ପାଇଁ ବାଧକ ସାଜିଛି ସରକାରୀ ଜମି ।ଜମି ସବୁ ବନ୍ଧା ପଡ଼ିଛି ବଡ଼ ବଡ଼ ଜମି ଦଲାଲ,ଜମି ମାଫିଆ,ବଡ଼ ବଡ଼ ଧଳା ହାତୀଙ୍କ ପାଖରେ । କିନ୍ତୁ ପ୍ରଶାସନ ଏବେ ନଛୋଡଵନ୍ଧା । ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ପରେ‌ ନୋଟିସ ଦେଉଛନ୍ତି ଶିଘ୍ର ସରକାରୀ ଜମି ଛାଡ । କିନ୍ତୁ ଅମାନିଆ ଜବରଦଖଲକାରୀ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଜିଲ୍ଲାପ୍ରଶାସନ କୁ ଆଦେଶକୁ ମାନି ରାଇରଙ୍ଗପୁର ତହସିଲ ପକ୍ଷରୁ , ପୋଲିସ ସହାୟତାରେ ରାଇରଙ୍ଗପୁର ସହରର ମେଡିକାଲ,କୋର୍ଟ,ଅଁଳାଡୁଵା ଗ୍ରାମ ରାସ୍ତାକଡ, ଵାଇଦାପୋଷୀ ଗ୍ରାମର ବିଭିନ୍ନ ସ୍ଥାନରେ ବୁଲଡୋଜର ଲଗାଇ ଭଙ୍ଗା ଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ବାଳ, ତହସିଲ ପର୍ଯ୍ୟବେକ୍ଷକ ନିହାର କୁମାର ପାତ୍ର,ଆରଆଇ ରଞ୍ଜନ ମହାନ୍ତ,ଆରଆଇ ନମିତା ସେଠୀ,ଅନ୍ୟ କର୍ମଚାରୀ,ପୋଲିସ ଆଇଆଇସି ଜ୍ୟୋତିରଞ୍ଜନ ସ୍ଵାଇଁ , ପୋଲିସ ପ୍ଲାଟୁନ ପ୍ରମୁଖ ସହଯୋଗ କରିଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜାତଳା ବ୍ଲକ ସ୍ତରୀୟ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

masiha

ଜଗନ୍ନାଥ ସେବା ସମିତି ପକ୍ଷରୁ ମେଡିସିନ୍ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ବାରା ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

masiha

Leave a Comment

error: Content is protected !!