ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ରାଉରକେଲା ତା ୨୫/୦୪/୨୦୨୫ // କାଶ୍ମୀର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକ ମାନଙ୍କ ଉପରେ ନିର୍ମମ ଭାବେ ଗୁଳିଚାଳନା କରି ୨୮ ଜଣ ନିର୍ଦୋଷ ଙ୍କୁ ଉଗ୍ରପନ୍ଥୀ ମାନେ ନିର୍ମମ ହତ୍ୟା ବିରୁଦ୍ଧରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଆମ୍ବାଗାନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୃତ୍ୟୁବରଣ କରିଥିବା ଜନଗଣ ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।

    ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ତାଜମୁନ ନେହାର, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି ଅରୁ ଦାସ, ବିନୟ ବେହୁରିଆ, ଅରୁଣ ମହାରଣା, ପ୍ରଦୀପ ସେଠୀ, ଅନାଦି ସାହୁ, ବସନ୍ତ ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖି ସନ୍ସାସ କରୁଥିବା ଲୋକଙ୍କ କୈାଣସି ଧର୍ମର ନୁହନ୍ତି ସେମାନେ ପରିଚୟ କେବଳ ସନ୍ସସବାଦୀ ବା ଉଗ୍ରପନ୍ଥୀ । ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟି ଦାବି କରିଥିଲା ବେଳେ ଏଥିପାଇଁ ସରକାର ଆନ୍ତରିକତା ସହିତ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ସେଠାରେ ନିର୍ଦ୍ଦୋଷ ପର୍ଯ୍ୟଟକ ମାନଙ୍କ ଉପରେ ଯେପରି ଲୋମଟାଙ୍କୁଳା ହତ୍ୟା କରାଗଲା ତା ବିରୁଦ୍ଧରେ ଦେଶର ଜନଗଣ ଏକ ହେବା ସହିତ କୈାଣସି ପ୍ରକାର ଆଶାନ୍ତର ବାତାବରଣ ସୃଷ୍ଟି କରିବା ଲୋକଙ୍କୁ କେବେବି ବରଦାସ୍ତ କରାଯିବ ନାହଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ସଚିନ୍ ରାୟ,ଜି କେ ନାୟକ, ପ୍ରମୋଦ ପରିଡ଼ା, ଶତୃଘ୍ନ ବେହେରା, ଗୋବିନ୍ଦ ବାରିକ୍,ଆଦିତ୍ୟ ନାୟକ, ଜନ୍ମେଜୟ ଘୋଷ,କୁନ୍ଦନ ବେହେରା ପ୍ରମୁଖ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁସୁମି ବ୍ଳକ ସମ୍ମିଳନୀ କକ୍ଷରେ ୭୩ ଟି ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ 

masiha

ନିଖିଳ ଓଡିଶା ଆଇନଜୀବୀ ପରିଷଦ ର ଉପସଭାପତି ହେଲେ ଶ୍ରୀ ନରସିଂହ ତ୍ରିପାଠୀ  

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!