ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

କୋରାପୁଟ ସଦର ମହକୁମାଠାରେ ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାଶିଷ ଗୌଡ଼, ଅଧ୍ୟାପକ ରବି ଶତପଥି, ସମାଜସେଵୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଦକ୍ଷିଣ ଓଡିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ସାମିଲ କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଉପସ୍ଥିତ ବକ୍ତା ମାନେ ମତପ୍ରକାଶ କରିଥିଲେ l ସେ ତିନି ତିନି ଥର ଲଣ୍ଡନ ଗସ୍ଥ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦାବି ଉପସ୍ଥାପନ କରିଥିଲେ l ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସନ୍ତୋଷ କୁମାର ସେଠି ଏବଂ ଏ କେ ବେହେରା ଯୋଗଦେଇ ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ

Sunil Chandra Nayak

୧- ଜିଲ୍ଲାର ସହର ଓ ଗାଁ ଗାଁରେ କଲବଲ କରୁଛି ମଶା, ୨- ବିଦ୍ୟାଳୟରେ ଅସୁସ୍ଥ,ଡାକ୍ତରଖାନାରେ ମୃତ , ଛାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି, ୩- ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦର ପୂଜ୍ଯ ପୂଜା ସମାରୋହ, ୪- ଢେଙ୍କାନାଳ ଛଦେଶ ଅଞ୍ଚଳବାସୀ ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର , ୫- ବ୍ରିଟିଶ ଅମଳର ଭାପୁର ଫାଣ୍ଡିକୁ ଥାନା ମାନ୍ୟତା କେବେ ?  ନାହିଁ କର୍ମଚାରୀଙ୍କ ବାସଗୃହ,ଅତ୍ୟାଧୁନିକ ଭିତ୍ତିଭୂମି

Sunil Chandra Nayak

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

Sunil Chandra Nayak

Leave a Comment

error: Content is protected !!