ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି 

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି 

ରାଉରକେଲା: ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କୋଏଲ ନଗର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ମହମବତୀ ଜଳାଇ ଆତ୍ମାର ସଦଗତି କାମନା କରାଯାଇ ଆତଙ୍କବାଦୀ ଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା।

ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ବ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ସଭାରେ ମୃତ ବ୍ୟକ୍ତି ଙ୍କ ପାଇଁ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାୟକ,ବିମଳ କୁମାର ବିଶି, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲିପ ମହାନ୍ତି, ପ୍ରଦୀପ ଗୁରୁୱରା, ଭଗବାନ ସାହୁ ପ୍ରମୁଖ ବକ୍ତବ୍ୟ ରଖିବା ସହ ଆତଙ୍କବାଦୀ ଙ୍କ ଏପରି କାପୁରୁଷ କାମକୁ ନିନ୍ଦା କରିବା ସହ ଭାରତ ସରକାରଙ୍କ କାର୍ଯ୍ୟକ୍ରମକୁ ଦୃଢ ସମର୍ଥନ ଜଣାଇ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ପାଇଁ ଆହ୍ବାନ ଦେଇଥିଲେ। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ନାରକୀୟ କାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ କୋଏଲ ନଗର, ଶକ୍ତି ନଗର, ଜଗଦା, ଝିରପାଣି ର ଶତାଧିକ ଲୋକ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

masiha

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!