ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନ ବୟସ 75 ବର୍ଷ ଗ୍ରାମ ଦଣ୍ଡେଇମରା କଣ୍ଟପାଳ ପଞ୍ଚାୟତ କଙ୍କଡ଼ାହାଡ଼ ବ୍ଲକର ବାସିନ୍ଦା।ସ୍ବାମୀ ପ୍ରାୟ 8 ବର୍ଷ ହେବ ନାହାନ୍ତି।7 ଟି ପୁଅ ଝିଅ ମଧ୍ୟରୁ ଆଉ କେହି ନାହାଁନ୍ତି।8 ବର୍ଷ ହେବ ତାଙ୍କ ଘରେ ବିଦୁତ୍ ସଂଯୋଗ ନାହିଁ।ଗୋଟିଏ ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ଜୀବନ ଅତିବାହିତ କରୁଛନ୍ତି।ଯେଉଁଠାରେ ଭାଲୁ ବାରହା ଓ ହାତୀଙ୍କ ଉପଦ୍ରବ ରହିଛି।ଛପର ଘରଟିଏ।ସେଥିରେ ବର୍ଷା ଦିନରେ ପାଣି ଗଳିବା ସହିତ ପାଣି ପଶିଯାଏ।

ଖବର ପାଇ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ସେଠାରେ ପହଞ୍ଚି ସଂଘ ତରଫରୁ ରାସନ୍ ସାମଗ୍ରୀ ସାହାଯ୍ୟ କରିଥିଲେ।ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢ଼େଙ୍କାନାଳ ଜିଲ୍ଲାର ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯାହା ଢେଙ୍କାନାଳର 8 ଟି ବ୍ଲକର ସୁବିଧା ଅସୁବିଧାରେ ପହଞ୍ଚି ନିଜ ସକ୍ଷମ ଅନୁଯାୟୀ ସାହାଯ୍ୟ କରିଥାଏ।ସଂଘର ସକ୍ରିୟ ସଦସ୍ୟା ସୌମ୍ୟା ମିଶ୍ର ସମାଜସେବା କାର୍ଯ୍ୟ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରକ୍ତ ରେ ଭିଜିଲା ମା ଶୁଲିଆ ପୀଠ 

masiha

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

masiha

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!