ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ତହସିଲଦାର ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ

ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ତହସିଲଦାର ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ

ବନ୍ଧୁଗାଁ ତା,୨୭/୧୧/୨୫,କୋରାପୁଟ ଜିଲ୍ଲା ଵନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ଆଦିବାସୀଙ୍କ ହିତ କୁ ଆଖି ଆଗରେ ରଖି ତହସିଲଦାରଙ୍କ ଅନୁପସ୍ଥିତ ଯୋଗୁଁ ତୋହସିଲ ବିଭାଗର କର୍ମୀଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।ଵନ୍ଧୁଗାଁ ତହସିଲ ରେ ଥିବା ଘରଡିହ ହିନ ପରିବାରଙ୍କୁ ପଟା ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ଏଯାଏଁ ରାଜସ୍ୱ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା,ଵନ୍ଧୁଗାଁ ତହସିଲ ଅନ୍ତର୍ଗତ ଗ୍ରାମ ଗୁଡିକର ଆଦିବାସୀ ପରିବାର ମାନଙ୍କୁ ବର୍ଷ ବର୍ଷ ଧରି ଚାଷ କରି ଆସୁଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଜମିର ପଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ ଓ ଆଦିବାସୀ ମାନେ ଚାଷ କରୁଥିବା ଜମି ଉପରେ ବନ ବିଭାଗ ତରଫରୁ କରାଯାଉଥିବା ଜୋର ଜବରଦସ୍ତ ଚାରା ରୋପଣ କୁ ବନ୍ଦ କରି ସେସବୁ ଅଞ୍ଚଳକୁ ଜଙ୍ଗଲ ଜମିର ଅଧିକାର ଦେବା ପ୍ରଥମିକତା ରେ ଆରମ୍ଭ କରାଯାଉ,ଆଲମଣ୍ଡା ରାଜସ୍ବ ଅଧୀନରେ ଥିବା କାତାବାଲଶା ଓ ନିଲାବାଡ଼ି ମୌଜାରେ ଥିବା ଏସ.ଟି.ଏମ କମ୍ପାନୀର ବେଆଇନ ମାଲିକାନା ରେ ଥିବା ଜମିକୁ ଚାଷ କରି ଆସୁଥିବା ଭୂମିହୀନ ଆଦିବାସୀ ପରିବାର ନାମରେ ମାଲିକାନା ସତ୍ୱ ପ୍ରଦାନ, ନିଲାବାଡ଼ି, ଦଣ୍ଡା ବାଡ଼ି, ଦାସିନୀ, ହାତୀଗଡା ଆଦି ଗ୍ରାମରେ ଭୂମି ହିନ ଆଦିବାସୀ ପରିବାର ମାନେ ଦୀର୍ଘ ବର୍ଷ ଧରି ସାହୁକାର ମାନଙ୍କ ବେଆଇନ ମାଲିକାନା ରେ ଥିବା ଚାଷ କରୁଥିବା ଜମିକୁ ଆଦିବାସୀ ପରିବାର ନାମରେ ମାଲିକାନା ସତ୍ୱ ପ୍ରଦାନ,ଗରିବ ଆଦିବାସୀ ପରିବାର ଙ୍କ ଦଖଲରେ ଥିବା ଅନାବାଦୀ ଜମି ଉପରେ ପ୍ରତିବର୍ଷ ଏନକ୍ରୋଚମେଣ୍ଟ କେଶ ରୁଜୁ କରିବା ପରିବର୍ତ୍ତେ ସ୍ଥାୟୀ ପଟ୍ଟା ପ୍ରଦାନ, ପଡୋଶୀ ଆନ୍ଧ୍ରପ୍ରଦେଶର ପୁଞ୍ଜିପତି ଦଲାଲ ମାନେ ଆସି ଆମର ଅ ଉଷୁଚିତ ଅଞ୍ଚଳରେ ବିନା ଗ୍ରାମ ସଭାରେ ଅକ୍ତିଆର କରୁଥିବା ଜମିକୁ ବେଆଇନ ଘୋଷଣା କରି ଭୂମି ହିନ ଆଦିବାସୀ ପରିବାର ଙ୍କ ମଧ୍ୟରେ ବଣ୍ଟନ କରାଯାଉ ବୋଲି ଦାବି ପାତ୍ରରେ ଉଲ୍ଲେଖ ରହିଛି।ଆଦିବାସୀ ସଙ୍ଘ ସଭାପତି କଣ୍ଡାଗିରି ପାଇଡ଼ମା ଙ୍କ ସଭାପତିତ୍ୱରେ ଏଇ ଛଅ ଦଫା ଦାବି ପତ୍ର ପ୍ରଦାନ ସମୟରେ କାର୍ଯ୍ୟକାରୀ ସଭାପତି ପୀଡିକା ସୁରମା, ସମ୍ପାଦକ ମାଣ୍ଡିଙ୍ଗ ଶ୍ରୀନୁ, ଉପ ସଭାପତି କାଡ୍ରାକା ଆଦାନା, ଯୁଗ୍ମ ସମ୍ପାଦକ କେଣ୍ଡରୁକା ସୁବାରାଓ ଓ କୋଷାଧ୍ୟକ୍ଷ୍ୟ କଣ୍ଡାଗିରି ଡମ୍ବୁ ସହସହ କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଶିକ୍ଷା ଉପରେ ପାଲା ମାଧ୍ୟମରେ ସଚେତନତା       

Sunil Chandra Nayak

ଅତିରିକ୍ତ କମିଶନରଙ୍କ ବିରୋଧରେ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କଲା ମନ୍ଦିର ଟ୍ରଷ୍ଟ ବୋର୍ଡ

masiha

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!