ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

ରାଉରକେଲା ୨୭/୪, ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି ଏବଂ ୨ଟି ମୋଟର ସାଇକେଲ ଜବତ କରାଯାଇଛି। ଏଥିସହିତ ମୋଟ ୫ଟି ମାମଲା ରୁଜୁ କରାଯିବା ସହ ୫ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କର ନାମ ହେଲା ସୁଖଲାଲ କେରକେର୍ଟା, ବିକାଶ ଅଗ୍ରୱାଲ, ମନୋଜ କୁମ୍ଭାର, ରାକେଶ ମାଝୀ, ମଧୁ ଟପ୍ପୋ । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ ନାୟକ, ଓଆଇସି ଆକାଶ ସାହୁ ,ଏସଆଇ ଅଜୟ ପ୍ରଧାନ, ଏସଆଇ ରୋହିତ ଦଣ୍ଡସେନା, ଏଏସଆଇ ବିଦୂତ ଭୂଷଣ ଦାସ, ଏଏସଆଇ ଶ୍ରୀମତୀ ଯେମମଣୀ କିସାନ, ଷ୍ଟାଫ ସୌମ୍ୟ ରଞ୍ଜନ ସହୂ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ହେମମଞ୍ଜରୀ ବିଶ୍ୱାଳ, ଅମର ରଞ୍ଜନ ମହାରଣା, ସୀମା କେରକେଟା, ସୁକାନ୍ତ ଅମାତ, ନବୀନ ଭୁୟାଁ, ନିରଞ୍ଜନ ରାଉତ, ପ୍ରଦୀପ ଲୁଗାନ, ବବୁଲ କୁମାର ସ୍ୱାଇଁ, ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁଣି ଲାଗିଲା ମାଉ ପୋଷ୍ଟର       

masiha

ରାସ୍ତା କଡ଼ରୁ ଗୁରୁତର ଭାବେ ଉଦ୍ଧାର ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ 

Sunil Chandra Nayak

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

Sunil Chandra Nayak

Leave a Comment

error: Content is protected !!