ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗଲପୁର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ           

 ଆଗଲପୁର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ             

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ କାର୍ଯ୍ୟ କ୍ରମ ରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି , ଆଗଲପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ୍ ଧୀରେନ୍ଦ୍ର ମେହେର , ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।ଏଥିରେ ସର୍ବ ମୋଟ 14 ଗୋଟି ଅଭିଯୋଗ ଉପରେ ଶୁଣାଣି ହୋଇ ଥିଲା । ସେ ଗୁଡିକ ମଧ୍ୟରେ ହରିଶ୍ଚନ୍ଦ୍ର ଯୋଜନା , ଡ୍ରେନ ନିର୍ମାଣ , ଜମି ଉନ୍ନତି , ଗାଈ ଗୁହାଳ , ନଳ କୁପ ଖନନ , ବିଦ୍ୟୁତ୍ କାଟ୍ ଓ ଓଭର୍ ଟେଙ୍କ ଯୋଗେ ପାନୀୟ ଜଳ ଯୋଗାଣ କୁ ନେଇ ଶୁଣାଣି ହୋଇ ଥିଲା ।ମୁଖ୍ୟତଃ ଓଭର ଟ୍ୟାଙ୍କ ଯୋଗେ ପାଣି ଯୋଗାଇ ଆଗଲପୁର ର ପ୍ରତ୍ୟେକ ଘର କୁ ଘର  ଜଳ ଯୋଗାଣ ଉପରେ ସମିତି ସଭ୍ୟ ସୁନୀତା ମାଝି ଅଭିଯୋଗ କରିଥିଲେ ।ଏହା ସହିତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରେ ଥିବା ନଳ କୁପ୍ ମରାମତି , ଓ ଆଗଲପୁର ଘଷିଆ ପଡା ରେ ନୂତନ ନଳକୂପ ଖନନ ପାଇ ପଡ଼ାର ମହିଳା ମାନେ ବି ଡି ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବ୍ଲକ ର ଜି ପି ଓ ସୌଭାଗ୍ୟ ପ ଧାନ , ବି ପି ଏମ ସରୋଜ ଧରୂଆ , ଧୁବ୍ ଲ କିଶୋର ମଲ୍ଲିକ , ଜଳ ଓ ପରିମଳ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର , , ଏ ବି ଓ ରଜନୀ କାନ୍ତ ସାହୁ , ଅଂଶୁମାନ ଦେବ ବାବୁ , ସୁନୀଲ ସାହୁ , ସୁଶାନ୍ତ ମହାକୁର , ଆଲୋକ ରଂଜନ ମିଶ୍ର , ଜ୍ଞାନ ରଞ୍ଜନ ସ। ଯୋଗା ଦେଇ ସହଯୋଗ କରିଥିବା ବେଳେ ଗ୍ରାମ ପଞ୍ଚାୟତ ରୁ ସରପଞ୍ଚ ପ୍ରଶାନ୍ତ ମେହେର ,ପି ଇ ଓ ପ୍ରବୀଣ ପାଣିଗ୍ରାହୀ , ଏଡି ଇ ଓ ଗୋପାଳ ପୁରୋହିତ ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

Leave a Comment

error: Content is protected !!