ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହରିଦ୍ଵାର ଶାନ୍ତିକୁଞ୍ଜ ର ଆନୁକୁଲ୍ୟ – ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ହେଲା ପରିକ୍ରମା 

ହରିଦ୍ଵାର ଶାନ୍ତିକୁଞ୍ଜ ର ଆନୁକୁଲ୍ୟ – ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ହେଲା ପରିକ୍ରମା 

ନବରଙ୍ଗପୁର:(୨୯|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଆଉଁଳି ଗ୍ରାମରେ ହରିଦ୍ଵାର ଶାନ୍ତିକୁଞ୍ଜ ତରଫରୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପ୍ରବେଶରେ ଗ୍ରାମବାସୀ ଓ ଗାୟିତ୍ରୀ ପରିବାର ଆନୁକୁଲ୍ୟରେ ମାଁ ମାନଙ୍କ ହୁଳୁ ହୁଳିରେ ଓ ଗାୟିତ୍ରୀ ମାତାଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ସ୍ୱାଗତ କରିଥିଲେ। ଗାଁରେ ଧାର୍ମିକ ବାତାବରଣ ଓ ପ୍ରତିଟି ମାନବ ହୃଦୟରେ ମାନବତ୍ୱ, ମଣିଷ ପଣିଆ ଜାଗ୍ରତ , ବିଶ୍ଵ ଭ୍ରାତୃତ୍ଵ ସୃଷ୍ଟି କରିବା ପାଇଁ ପୃଥିବୀର ସବୁ ଦେଶରେ ଗାୟିତ୍ରୀ ପରିବାର ର କାର୍ଯ୍ୟକୁ ପ୍ରତିଟି ମଣିଷ ଉପଲବ୍ଧି ପାଇଁ ବାତାବରଣ ସୃଷ୍ଟି କରି ବିଶ୍ୱରେ ମାନବୀୟ ସଂସ୍କୃତି ର ମୂଲ୍ୟବୋଧ କୁ ଜାଗ୍ରତ ର ଆଭିମୁଖ୍ୟ ସୃଷ୍ଟି କରିଥିଲେ।କାର୍ଯ୍ୟକ୍ରମକୁ କେଶବ ସାହୁ, ଜଗତ ନାୟକ, ପରମେଶ ନାୟକ, ପ୍ରଭାକର ମାଳୀ ଗାୟିତ୍ରୀ ପରିବାର ସହଯୋଗରେ ପରିଚାଳିତ ହୋଇଥିଲା।ଛୋଟ ବୟସରୁ କୁନି ଝିଅ କୁମାରୀ ଲକ୍ଷ୍ମୀ ଶ୍ରୀ ,ଡିଲେଶ୍ଵରୀ ମାଝୀ ଗାୟିତ୍ରୀ ମନ୍ତ୍ର ପାଠ କରିଥିଲେ।ଗାୟିତ୍ରୀ ପରିବାର ତରଫରୁ କୁନିଝିଅକୁ ଧର୍ମପରାୟଣ ପାଇଁ ଆଶିଷ କାମନା କରିଥିଲେ। ସମାଜ ସେବୀ, ଧର୍ମପରାୟଣ,ମାନବୀୟ ଜୀବନର ଉନ୍ନତି ପାଇଁ ଚିନ୍ତନଶୀଳ କରୁଥିବା ଶିକ୍ଷକ ବାବୁଲାଲ ସାଗର ଗାୟତ୍ରୀ ମନ୍ତ୍ର ର ଆଭିମୁଖ୍ୟ ସହ – ,,*ଅନେକ ଜନ୍ମପୂଣ୍ୟ ବଳେ, ମାନବ ଜନ୍ମ ମହୀତଳେ* ର ମଣିଷ ଶ୍ରେଷ୍ଠ ପ୍ରାଣୀ ଭାବେ ଧର୍ମ ପଥରେ ଚାଲିଲେ ସକଳ ବାଧା ବନ୍ଧନ ଅତିକ୍ରମ ସହ ନିଜକୁ ସୁନ୍ଦର ମଣିଷଟିଏ ଗଢି ତୋଳି ପାରିବ ବୋଲି ମତ ଦେଇଥିଲେ।ହରିଦ୍ଵାର ଶାନ୍ତିକୁଞ୍ଜରୁ ଆଗନ୍ତୁକ ଅତିଥି ବୃନ୍ଦ ପ୍ରତିଟି ବ୍ୟକ୍ତି ମାନବୀୟ ଧର୍ମ ପାଳନ ଓ ଗାୟତ୍ରୀ ମନ୍ତ୍ରର ଚମତ୍କାର ବାବଦରେ ଆଲୋକପାତ କରି ପ୍ରତିଟି ମଣିଷ ଧର୍ମ ପଥେ ଚାଲି ନିଜକୁ ଆଦର୍ଶ ମଣିଷ ଟିଏ ଗଢ଼ିଲେ, ପରିବାରରେ ଶାନ୍ତି ବିରାଜ ମାନ ହେବ ମତ ଦେଇ ସମସ୍ତଙ୍କୁ ଗାୟତ୍ରୀ ଧୁନିରେ ପ୍ରତିଟି ପ୍ରାଣରେ ଉଲ୍ଲାସ ଆଣି ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

Sunil Chandra Nayak

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ

Leave a Comment

error: Content is protected !!