ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ମୟୂରଭଞ୍ଜ -30.4. ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ ” ପରିକ୍ରମା ” ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂଆକରି ଯୋଗଦେଇଥିବା ନିର୍ବାହୀ ଯନ୍ତ୍ରୀ ସଞ୍ଜିତ କୁମାର ନାଏକଙ୍କୁ ସ୍ୱାଗତ କରାଯାଇଥିଲା. ଉଭୟ ଯନ୍ତ୍ରୀଙ୍କୁ ଫୁଲମାଳ, ଉତ୍ତରୀୟ, ସମ୍ବର୍ଦ୍ଧନା ପତ୍ର, ପ୍ରୀତି ଉପହାର ଓ ଗୋଟିଏ ଲେଖାଏଁ ବଉଳ ଗଛ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ବିଦାୟୀ ଯନ୍ତ୍ରୀ ଇଂ. ଦୁର୍ଯ୍ୟୋଧନ ବେହେରା ଅତି ଭାବବିହ୍ୱଳ ଭାବେ ତାଙ୍କ କର୍ମଶୈଳୀ ସମ୍ପର୍କରେ ଉଲ୍ଲେଖ କରି ଅଞ୍ଚଳର ଯୋଗାଯୋଗ ବିକାଶ ପାଇଁ ଜଣେ ଦାୟିତ୍ୱବାନ ଯନ୍ତ୍ରୀଙ୍କୁ କିଭଳି କାର୍ଯ୍ୟ କରିବାକୁ ପଡିଥାଏ, ଅତି ପ୍ରାଞ୍ଜଳ ଭାବେ କହିଥିଲେ. ପରିକ୍ରମା ର ଏଭଳି ନିଆରା କାର୍ଯ୍ୟକ୍ରମର ଭୁୟସୀ ପ୍ରସଂଶା କରିବା ସହ ଅନୁଷ୍ଠାନକୁ ନିଜର ଶୁଭକାମନା ଜଣେଇଥିଲେ. ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ସ୍ୱାଗତ ଭାଷଣ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ. ସମ୍ପାଦକ ସୁବାସ ମଣ୍ଡଳ ବିଦାୟୀ ଯନ୍ତ୍ରୀଙ୍କର ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସାମ୍ୱାଦିକ ସୁଜିତ ପଟ୍ଟନାୟକ, ଶକ୍ତିକାନ୍ତ ଦାସ,  ବିଭାଗୀୟ ଅଧିକାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ. ପରିକ୍ରମାର ବରିଷ୍ଠ ସଦସ୍ୟ ଡ଼. ଦିଗମ୍ବର ଗିରି ବିଦାୟୀ ଓ ନୂଆ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଟି କବିତା ପାଠ କରିଥିଲେ. ପରିକ୍ରମା ର ସଂଯୋଜକ ରଞ୍ଜନ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ. ଏଥିରେ ଖୁଦିରାମ ମହାନ୍ତି, ସୁଶୀଲ ମହାନ୍ତି, ତୁଷାର ମହାନ୍ତ, ମେଘନାଦ ସାହା, ପ୍ରଦୀପ ମହାନ୍ତ, ବିମଳ ମହାନ୍ତି, ଝୁଲୁ ଖୁଣ୍ଟିଆ, ହିରୋ ଗିରି, ଦୁଷ୍ମନ୍ତ ଦାସ, ସୌରଭ ପଟ୍ଟନାୟକ, ବିଶ୍ୱରଂଜନ ପାଲ, ସତ୍ୟନାରାୟଣ ପାଲ, ତିମିର ରଞ୍ଜନ ପଣ୍ଡା, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

Sunil Chandra Nayak

ରାଜୀବ କୁମାର କରଣ ଙ୍କ ସ୍ମୃତିଚାରଣ

masiha

DRM INSPECTS MULTI-DISCIPLINARY TRAINING CENTRE AT VISAKHAPATNAM

Sunil Chandra Nayak

Leave a Comment

error: Content is protected !!