ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ରାଉରକେଲାର ସାମାଜିକ ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ କଳିଙ୍ଗ ବିହାର ହନୁମାନ ମନ୍ଦିର ପରିସର ରେ ସୂଜି ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହାସହ ୯ ଜଣ “ବ୍ରାହ୍ମଣ ଦେବ” ଙ୍କୁ ଅନୁଷ୍ଠାନ ତରଫ ରୁ “ଦର୍ପଣ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ର ସମସ୍ତ ସଭ୍ୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ସମ୍ପାଦନ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ବୈକୁଣ୍ଠ ସାହୁ , ଚନ୍ଦନ ସାମଲ , ରୀତା ସାମଲ , ସୁଶିଲ ସେଠି , ହରେକୃଷ୍ଣ ନାୟକ, ଦେବାଶିଷ ମହାନ୍ତି, ସୁରେଶ ଲେଙ୍କା, ବିଶ୍ଵନାଥ ରାଉତ, ମନୋଜ , ବିକି ସିଂ , ଦେବିକା ମିଶ୍ର, ବରଦା ମିଶ୍ର, ବାପି ଜୋତିଷ , ବୈଶାଳି ସାହୁ , ବାସନ୍ତି ବିଶ୍ବାଳ, ଗତିକୃଷ୍ଣ ନାୟକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡର ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତି

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

masiha

ଦୁଇ ଆଇଏଏସ ଅଧିକାରୀଙ୍କୁ ନେଇ କଳାହାଣ୍ଡିରେ ଚର୍ଚ୍ଚା ଉପ ଜିଲ୍ଲାପାଳରୁ ମୁଖ୍ୟ ଶାସନ ସଚିବ

masiha

Leave a Comment

error: Content is protected !!