ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ 

ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ 

କାମାକ୍ଷାନଗର (ମନିସ)30/4/25 //  ଭୁବନ କୃଷକ ସମାଜ ତରଫରୁ କୃଷିର ଆଦ୍ୟ ପର୍ବ ଅକ୍ଷୟ ତୃତୀୟା ମହା ସମାରୋହରେ ପାଳିତ ହୋଇଯାଇଛି। ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରି ହଳ ଲଙ୍ଗଳ ଓ ଟ୍ରାକ୍ଟର ଶୋଭାଯାତ୍ରାରେ କୃଷକ ମାନେ ସହର ପରିକ୍ରମା କରି ହିଙ୍ଗୁଳା ପୀଠରେ ପହଞ୍ଚି ଥିଲେ । କୃଷକ ସମାଜ ସଭାପତି ବାସୁଦେବ ଗୁରୁ ମା ହିଙ୍ଗୁଳା ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । ପରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇ କହିଥିଲେ ଯେ କୃଷି ହେଉଛି ଓଡ଼ିଶା ର ମେରୁଦଣ୍ଡ । ଏହା ଆମ ସଂସ୍କୃତି ଓ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ। କୃଷି ପ୍ରତି ସରକାର ପ୍ରାଥମିକତା ଦେଉଛନ୍ତି ଓ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଯୋଗୁ କୃଷି ଏବେ ଲାଭଜନକ ବୃତ୍ତି ହୋଇ ପାରୁଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଏଲ ଏ ସଂସ୍ଥା ମୁଖ୍ୟ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ ଜୈବିକ କୃଷି ଉପରେ ଗୁରୁତ୍ବ ଦେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ହେବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ କହିଥିଲେ ଯେ , କୃଷି ହେଉଛି ଆମ ଜୀବନ ଓ ବିକାଶର ମାନଦଣ୍ଡ । କୃଷି ଭିତ୍ତିକ କାର୍ଯ୍ୟ ଓ କୃଷକ ମାନଙ୍କ ଉନ୍ନତିରେ ଦେଶର ଉନ୍ନତି ବୋଲି ମତବ୍ୟକ୍ତ କରିଥିଲେ । ମୀନ କେତନ ସାହୁ, ଅର୍ଜୁନ ପୃଷ୍ଟି,ଚୈତନ୍ୟ ବେହେରା,ଶେଷଦେବ ବେହେରା,ସତ୍ୟାନନ୍ଦ ପୃଷ୍ଟି, ନିରଞ୍ଜନ ଗୁରୁ ,ଜଗବନ୍ଧୁ ପୃଷ୍ଟି,ଭବାନୀ ଶଙ୍କର ବେହେରା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଚାଷୀଭାଇ ମାନେ ଉଦ୍ୟାନ କୃଷି ବିଭାଗ ଦ୍ଵାରା ଅନୁଷ୍ଠିତ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ କୁ ବୁଲି ଦେଖିବା ସହ ଉନ୍ନତ ଜ୍ଞାନ କୌଶଳ ସମ୍ପର୍କରେ ପରାମର୍ଶ ଗ୍ରହଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ

masiha

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

masiha

ଧୋଡ୍ରା ଠାରେ ୨×୫ ଏମ୍ ଭି.ଏ, ୩୩/୧୧ କେ ଭି ପ୍ରାଥମିକ ସବ ଷ୍ଟେସନ ଶୁଭ ଉଦଘାଟନ 

masiha

Leave a Comment

error: Content is protected !!