ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ

କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

ଧର୍ମଗଡ ବ୍ଲକ ବେହେରା ବିଜୁ ଏକ୍ସପ୍ରେସ ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣକ ର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଛଞ୍ଚାଣବାହିଲି ପଞ୍ଚାୟତ ରାବନଗୁଡା ଗ୍ରାମର ଗଣ୍ଡାରାମ ଗୋପାଳ।ସେ ବେହେରା ସ୍ଥିତ ଏକ ଫାଷ୍ଟ ଫୁଡ଼ ଦୋକାନ କାମ କରନ୍ତି।ସକାଳ ସକାଳୁ ସାଇକେଲ ଯୋଗେ ନିଜ ଗାଁ ରୁ ବେହେରା ଆସୁଥିବା ବେଳେ ବିଜୁ ଏକ୍ସପ୍ରେସ ଛକ ନିକଟରେ ହଠାତ ଆମ୍ବୁଲାନ୍ସ ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ସେହି ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ରେ ପର୍ଲା ଡାକ୍ତର ଖାନା ଆଣିଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କ୍ଷତି ପୂରଣ ଦାବୀ ନେଇ ପରିବାର ଓ ସ୍ଥାନୀୟ ଲୋକେ ବେହେରା ଓ ପର୍ଲା ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।ଘଟଣା ସ୍ଥଳରେ ଉପଜିଲ୍ଲାପାଳ ସମେତ ଧର୍ମଗଡ ତହସିଲଦାର, କୋକସରା ତହସିଲଦାର ,କୋକସରା ପୋଲିସ ଧର୍ମଗଡ ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଅର୍ଥ ଅଭାବ ରୁ ଚିକିତ୍ସାରେ ବାଧକ: ସାହାର୍ଯ୍ୟ ପାଇଁ ନିବେଦନ

Sunil Chandra Nayak

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!