ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ

କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

ଧର୍ମଗଡ ବ୍ଲକ ବେହେରା ବିଜୁ ଏକ୍ସପ୍ରେସ ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣକ ର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଛଞ୍ଚାଣବାହିଲି ପଞ୍ଚାୟତ ରାବନଗୁଡା ଗ୍ରାମର ଗଣ୍ଡାରାମ ଗୋପାଳ।ସେ ବେହେରା ସ୍ଥିତ ଏକ ଫାଷ୍ଟ ଫୁଡ଼ ଦୋକାନ କାମ କରନ୍ତି।ସକାଳ ସକାଳୁ ସାଇକେଲ ଯୋଗେ ନିଜ ଗାଁ ରୁ ବେହେରା ଆସୁଥିବା ବେଳେ ବିଜୁ ଏକ୍ସପ୍ରେସ ଛକ ନିକଟରେ ହଠାତ ଆମ୍ବୁଲାନ୍ସ ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ସେହି ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ରେ ପର୍ଲା ଡାକ୍ତର ଖାନା ଆଣିଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କ୍ଷତି ପୂରଣ ଦାବୀ ନେଇ ପରିବାର ଓ ସ୍ଥାନୀୟ ଲୋକେ ବେହେରା ଓ ପର୍ଲା ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।ଘଟଣା ସ୍ଥଳରେ ଉପଜିଲ୍ଲାପାଳ ସମେତ ଧର୍ମଗଡ ତହସିଲଦାର, କୋକସରା ତହସିଲଦାର ,କୋକସରା ପୋଲିସ ଧର୍ମଗଡ ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି- ବାସିଙ୍ଗି ରାସ୍ତାରେ ଟ୍ରକ /କାର୍ ମୁହାଁ ମୁହିଁ;ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୁରୁତର

Sunil Chandra Nayak

ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଲା

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୧ ଟି ପଂଜିକୃତ ମାମଲାରୁ ୩୬ ଟି ଫଇସଲା

Leave a Comment

error: Content is protected !!