ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ବ୍ଳକ! ବେଲପୋଷୀ ଗାଁ ରେ ଅଖିମୁଠି ଅନୁକୂଳ କଲେ ବିଧାୟକ ଜଲେନ ନାଏକ

ଜାମଦା ବ୍ଳକ! ବେଲପୋଷୀ ଗାଁ ରେ ଅଖିମୁଠି ଅନୁକୂଳ କଲେ ବିଧାୟକ ଜଲେନ ନାଏକ

 ମୟୂରଭଞ୍ଜ – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାମଦା ବ୍ଳକର ବେଲପୋଷୀ ଠାରେ ବିଧାୟକ ଜଲେନ ନାଏକ ଅଖିମୁଠି ଅନୁକୂଳ କରିଛନ୍ତି ।ଏହି ପବିତ୍ର ଦିବସ ଅବସରରେ ସେଠାରେ ଆୟୋଜିତ ହୋଇଥିବା ପୂଜା କର୍ମରେ ଯୁବ ବିଧାୟକ ଜଲେନ ନାଏକ ଅଂଶ ଗ୍ରହଣ କରି ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିବା ସହ ମାଟି ମା’ ଙ୍କୁ ପ୍ରାର୍ଥନା କରିଥିଲେ ।ପରେ ସେ ବିଧିପୂର୍ବକ ଜମିରେ ହଳ ଲଙ୍ଗଳ ଚଳାଇବା ସହ ବିହନ ବୁଣି ଅଖିମୁଠି ଅନୁକୂଳ କରିଥିଲେ । ପରେ ଉପସ୍ଥିତ ଚାଷୀମାନଙ୍କୁ ଉତ୍ତରୀୟ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଆଜି ପବିତ୍ର ଓଡ଼ିଶା ଭଳି କୃଷିଭିତ୍ତିକ ରାଜ୍ୟରେ କୃଷକଙ୍କ ଉନ୍ନତି ଓ ସଶକ୍ତିକରଣ ପାଇଁ ଖରିଫ ଋତୁ ପାଇଁ ରାଜ୍ୟର ୫୦ ଲକ୍ଷ ଚାଷୀଙ୍କୁ ହଜାରେ କୋଟରୁ ଅଧିକ ଟଙ୍କାର ମୁଖ୍ୟମନ୍ତ୍ରୀ କିଷାନ ସହାୟତା ରାଶି ପ୍ରଦାନ କରିବା ବାସ୍ତବିକ ଏହା ଓଡ଼ିଶା ଚାଷୀଙ୍କ ପାଇଁ ଏକ ଖୁସିରର ବିଷୟ ବୋଲି କହିଥିଲେ । ଚଳାଚଳ ବର୍ଷରେ ମୌସୁମୀ ଆକଳନ ଭଲ ହେବା ସୂଚନା ମିଳିଛି । ତେଣୁ ଚାଷୀଭାଇମାନଙ୍କ ଜମିରେ ଭଲ ଫସଲ ହେଉ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ,ଯାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ବିଜେପିର ପଛୁଆବର୍ଗ ଜିଲ୍ଲା ସଭାପତି ବିଜୁ ଗୋପାଲ ଗୋପଙ୍କ ସମେତ ବିଜେପିର ନେତୃବୃନ୍ଦ ,ଅଂଚଳର ଚାଷୀ ଏବଂ କୃଷି ଵିଭାଗର‌କର୍ମଚାରୀ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ନିଟ୍ ପରୀକ୍ଷାରେ ସଫଳ ହେଲେ ବିକାଶ କୁମାର

masiha

ରାଇରଙ୍ଗପୁର ମୁଖ୍ୟଡାକ ଘର ପରିସରରେ ଆଡଭାନ୍ସ ଟେକ୍ନୋଲଜି ପୋଷ୍ଟାଲ ୨. ୨ ଶୁଭାରମ୍ଭ

Sunil Chandra Nayak

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Leave a Comment

error: Content is protected !!