ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ନ୍ତଜାତୀୟ ଶ୍ରମ ଦିବସ ପାଳିତ  ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ : ଶ୍ରୀ ଭବାନୀ ଶଙ୍କର ଭୋଇ 

ଆର୍ନ୍ତଜାତୀୟ ଶ୍ରମ ଦିବସ ପାଳିତ 

ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ : ଶ୍ରୀ ଭବାନୀ ଶଙ୍କର ଭୋଇ 

ରାଉରକେଲା ୧/୫/୨୫:  ଜିଲ୍ଲା ଶ୍ରମ ବିଭାଗ, ସୁନ୍ଦରଗଡ଼ ଓ  ଜିଲ୍ଲା ପ୍ରଶାସନ  ମିଳିତ ଆନୁକୁଲ୍ୟରେ ରେ ଆଜି ଜିଲ୍ଲା ସ୍ତରୀୟ ଆର୍ନ୍ତଜାତୀକ ଶ୍ରମିକ ଦିବସ ସମାରୋହ ସ୍ଥାନୀୟ ଭଜଂଭବନ ଠାରେ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ  ମାନ୍ୟବର ଉପ- ବାଚସ୍ପତି, ଓଡ଼ିଶା ବିଧାନସଭା, ଶ୍ରୀ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l  ସେ ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ । ଶ୍ରମିକ ମାନଙ୍କ ବିନା ସହଯୋଗରେ ଦେଶର ପ୍ରଗତି ଅସମ୍ଭବ କହିଥିଲେ  l ଆଜି ସୁନ୍ଦରଗଡ ଜିଲ୍ଲାରେ ୨୨୩ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୬୭ ଲକ୍ଷ ୫୪ ହଜାର ୪୦୦ ଟଙ୍କାର  ଶିକ୍ଷା, ପ୍ରସୁତି, ମୁତ୍ଯୁ କାଳିନ, ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୦ ଜଣ ହିତାଧିକାରୀ ମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତାରାଶି, ୪୯ଜଣ ଶ୍ରମିକ ମାନଙ୍କୁ ବିବାହ, ପ୍ରସୁତି ପାଇଁ ୨୪ଜଣଙ୍କୁ, ୫୬ଜଣକୁ ମୁତ୍ଯୁ କାଳିନ ଆଥିର୍କ ସହାୟତା ପ୍ରଦାନ କରାଯାଇଥିବା ବେଳେ ୫୪ ଜଣଙ୍କୁ ଅନ୍ତିମ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ଭୋଇ ସୂଚନା ଦେଇଥିଲେ l 

ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରି ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ  ଯୋଗ ଦାନ କରି କହିଥିଲେ ଯେ ପ୍ରତ୍ୟେକ ଶ୍ରମିକ ନିଜ ନିଜମୌଳିକ ଅଧିକାର ବିଷୟରେ ସଚେତନ ହେବା ଉଚିତ୍। ଶ୍ରମିକ ମାନଙ୍କୁ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ  ସୁରକ୍ଷା ପ୍ରଦାନ କରାଯାଉଛି।  ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ଯ, ପ୍ରସୁତି, ମୁତ୍ଯୁ କାଳିନ  ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରତ୍ୟେକ ଶ୍ରମିକ ନିଜ ସର୍ବ ନିମ୍ନ ମଜୁରି ସହିତ ସାମାଜିକ ନିରାପତ୍ତା ଆଇନ ବିଷୟରେ ସଚେତନ ହେବା ନିତାନ୍ତ ଜରୁରୀ।  ସରକାର ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି l   

ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ  ବୋର୍ଡ ପକ୍ଷରୁ ୨୦୦ ଜଣକୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସେହିପରି ଓଡ଼ିଶା ଅସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣକୁ ପରିଚୟ ପତ୍ର ମଧ୍ୟ ପ୍ରଦାନ  କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଡିଏଲସି ସୁନିତା କିସାନ, ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା ଗୋପାଳ କ୍ରୁଷ୍ଣ ମଙ୍ଗରାଜ ସମେତ ବିଭିନ୍ନ ଟ୍ରେଡ ୟୁନିୟନ ର ପ୍ରତିନିଧି  ଓ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ l 

ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସହାୟକ ଶ୍ରମ ଅଧିକାରୀ ସଙ୍ଗୀତା ବାହାଲା ଧନ୍ୟବାଦ ଅର୍ପଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

୧- ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ , ୨- ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର, ୩- ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ

masiha

ରାଉରକେଲା ଆଇନ ମହାବିଦ୍ୟାଳୟ କୁ ବି ଗ୍ରେଡ୍ ମାନ୍ୟତା, ଶୁଭେଚ୍ଛା ର ସୁଅ…

Sunil Chandra Nayak

Leave a Comment

error: Content is protected !!