ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ
ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ
ଭବାନୀପାଟଣା,୧/୫ ମ ନି ସ : ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ଓ ଅନୁବାଦ ବିଭାଗ ପକ୍ଷରୁ ‘ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ’ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୁବ ସଂସ୍କାର ହଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମକାଳୀନ ସାହିତ୍ୟର ପ୍ରାସଙ୍ଗିକତା’ ପ୍ରସଙ୍ଗ ଉପରେ ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ଡ. ବେଣୁଧର ପାଢ଼ୀ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ହେଉଛି ଜୀବନ , ଜୀବନ ହେଉଛି ସାହିତ୍ୟ । ଓଡ଼ିଆ ଭାଷାର ଅସ୍ମିତା ପ୍ରସଙ୍ଗର ଯଥାର୍ଥ ଆଲୋଚନା କରିଥିଲେ । ସେହିପରି ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳଙ୍କ ସମ୍ପାଦିତ ‘ସମକାଳୀନ ସାହିତ୍ୟ ଚର୍ଚ୍ଚା ‘ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ଡ. ବେଣୁଧର ପାଢ଼ୀ, କୁଳସଚିବ ପୀତାମ୍ବର ଭୋଇ, ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ ପ୍ରମୁଖ ମଞ୍ଚାସୀନ ଥିଲେ। ବାଗ୍ମୀ ଡକ୍ଟର ଉମେଶଚନ୍ଦ୍ର ଶତପଥି, ଶ୍ରୀ ପରମେଶ୍ଵର ମୁଣ୍ଡ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ, ଯୁବ ଗାଳ୍ପିକ ସୁଧିର କୁମାର ଧଙ୍ଗଡାମାଝୀ, କବି ବିରଞ୍ଚି ନାରାୟଣ ମୁଣ୍ଡ, କବି ଜୟଦ୍ରଥ ସୁନା, କବି ଯାଦବେନ୍ଦ୍ର ସାହା, ଐଶ୍ଵର୍ଯ୍ୟା ପଧାନ, କଳ୍ପନା ରଥ, ଲଳିତ କାନୁନଗୋ, ଆଶୁତୋଷ ପୁରୋହିତ, ପ୍ରତାପ ଦାଶ, ସୁଦେଷ୍ଣା ପଣ୍ଡା , ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର , ସ୍ବାଧିନ ପାତ୍ର ତଥା ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ଅଧ୍ୟାପିକା ଡକ୍ଟର ସାଗରିକା ଦଳାଇ, ଅଧ୍ୟାପିକା ରେଣୁକା ଡାକୁଆ, ଅଧ୍ୟାପକ ସୁବ୍ରତ କୁମାର ପ୍ରଧାନ ତଥା ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଗବେଷକ-ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସହକାରୀ ପ୍ରଫେସର ଡୋଳାମଣି ଧରୁଆ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାଲ୍ମୀକି କରୁଆଁ ସଭା ପରିଚାଳନା କରିଥିଲେ। ସ୍ନାତକ ଦ୍ଵିତୀୟ ବର୍ଷ ଛାତ୍ରୀ ନିକିତା ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଧନ୍ୟବାଦ ଦେଇଥିଲେ ଯୁବ ଗାଳ୍ପିକ ତଥା ଗବେଷକ ଡିଲେଶ୍ୱର ରଣା।

