ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର

ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର

ଗୁଡାରୀ (ରାୟଗଡ଼): ନିଜସ୍ୱ ରାଜସ୍ୱ (Own Source of Revenue–OSR) ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ ଜିଲ୍ଲାର ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜସ୍ୱ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି ଘଟାଇଥିବାରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରୀ ଏନଏସିକୁ ରାଜ୍ୟସ୍ତରୀୟ ସ୍ୱୟଂଶାସନ ଦିବସ ସମାରୋହରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପାଣ୍ଠି ସହରାଞ୍ଚଳର ଭିତ୍ତିଭୂମି ଉନ୍ନୟନ ଏବଂ ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବାରେ ବ୍ୟବହାର ହେବ।

୯୨% ବୃଦ୍ଧି ପାଇଛି ନିଜସ୍ୱ ରାଜସ୍ୱ
ପୂର୍ବ ସ୍ଥିତି: 2024-25 ଆର୍ଥିକ ବର୍ଷରେ ଗୁଡାରୀ NAC ପକ୍ଷରୁ ମୋଟ ୩୬.୪୫ ଲକ୍ଷ ଟଙ୍କା OSR ସଂଗ୍ରହ ହୋଇଥିଲା।
 ବର୍ତ୍ତମାନ ସ୍ଥିତି: 2025-26 ଆର୍ଥିକ ବର୍ଷରେ ଏହି ଆଦାୟ ବୃଦ୍ଧି ପାଇ ୭୦.୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି।

 ଏହି ଆଖିଦୃଶିଆ ଅଭିବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଏହାକୁ ‘Commendable Local Body Performance in Growth of OSR Collection’ ବର୍ଗରେ ପୁରସ୍କୃତ କରାଯାଇଛି। ପ୍ରଶାସନିକ ମାର୍ଗଦର୍ଶନ ଓ ସମନ୍ୱିତ ପ୍ରୟାସର ଫଳ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା (DUDA) ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ପ୍ରୋତ୍ସାହନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି। ଏହା ସହିତ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାଢୀ ଓ ସମସ୍ତ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଓ କାର୍ଯ୍ୟଦକ୍ଷତା ଏହି ସଫଳତାର ମୁଖ୍ୟ ଆଧାର ସାଜିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମେଗାଲିଫ୍ଟ କେନାଲ ରୁ ୩ ବ୍ଲକ କୁ ଜଳସେଚନ ଦାବି… ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ…

masiha

ନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ, ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ 

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

masiha

Leave a Comment

error: Content is protected !!