ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ଭବାନୀ ଶଙ୍କର ନିଆଲଙ୍କ କବିତା ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ

ଡକ୍ଟର ଭବାନୀ ଶଙ୍କର ନିଆଲଙ୍କ କବିତା ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ

ଭବାନୀପାଟଣା: କଳାହାଣ୍ଡି ମାଟିର ଗର୍ବ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡକ୍ଟର ଭବାନୀ ଶଙ୍କର ନିଆଲ ପୁଣି ଥରେ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କ ଚର୍ଚ୍ଚିତ କବିତା  ପ୍ରେମରେ ଏବେ ୩ଟି ଆନ୍ତର୍ଜାତୀୟ ଭାଷା – ଗ୍ରୀକ୍, ସ୍ପେନିସ୍ ଓ ଫରାସୀ ଭାଷାରେ ଅନୁଦିତ ହୋଇଛି।ଏହି ଅନୁବାଦ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଫେସର ଆଇରିନ୍ ଡୁରା-କାଭାଡିଆ। ସେ ଏକାଡେମୀ ଲାଙ୍ଗୁଏଜ୍ ସେଣ୍ଟରର ପ୍ରିନ୍ସିପାଲ୍/ସିଇଓ, ରାଇଟର୍ସ କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନର ମହାସଚିବ ଏବଂ ରାଇଟର୍ସ ଇଣ୍ଟରନ୍ୟାସନାଲ୍ ଏଡିସନର ମୁଖ୍ୟ ସମ୍ପାଦିକା ଅଟନ୍ତି।ସୂଚନାଯୋଗ୍ୟ ଯେ, ଡକ୍ଟର ନିଆଲଙ୍କ କବିତାଗୁଡ଼ିକ ଏ ପର୍ଯ୍ୟନ୍ତ ବିଶ୍ୱର ୨୬ଟି ଭାଷାରେ ଅନୁଦିତ ହୋଇ ସାରିଛି, ଯାହା ଓଡ଼ିଆ ସାହିତ୍ୟ ପାଇଁ ଏକ ବଡ଼ ସଫଳତା। ତାଙ୍କର ଏହି ଆନ୍ତର୍ଜାତୀୟ ସ୍ୱୀକୃତି କଳାହାଣ୍ଡିର ଯୁବ ସାହିତ୍ୟିକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ 

Sunil Chandra Nayak

ସବୁଜ ବିପ୍ଲବର ସାଥୀ : ପରିବେଶବିତ୍ ପ୍ରକାଶ ଚଂଦ୍ର ମହାପାତ୍ର 

masiha

Leave a Comment

error: Content is protected !!