ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳାଫଳରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡ଼ାର ସଫଳତା 

ମାଟ୍ରିକ ପରୀକ୍ଷା ଫଳାଫଳରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡ଼ାର ସଫଳତା 

କଟକ : ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡ଼ା କଟକର ଫଳାଫଳ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ମୋଟ ୪୯ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଏ ୧ ଗ୍ରେଡରେ ୪ ଜଣ,ଏ ୨ ଗ୍ରେଡରେ ୮ଜଣ,ବି ୧ ଗ୍ରେଡରେ ୧୯ ଜଣ,ବି ୨ ଗ୍ରେଡରେ ୯ ଜଣ ଓ ସି ଗ୍ରେଡ଼ରେ ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୪୯ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ୬୦% ଶତକଡାରୁ ଉର୍ଦ୍ଧ୍ଵ ନମ୍ବର ରଖୁ କୃତକାର୍ଯ୍ୟ ହୋଇଛନ୍ତି । ଏ ୧ ଗ୍ରେଡ଼ ରେ କୃତକାର୍ଯ୍ୟ ହୋଇଥିବା ସାଇଲିନ ପଣ୍ଡା ୫୬୦ନମ୍ବର (୯୩.୩୩%),ଅମୃତା ଷଡ଼ଙ୍ଗୀ ୫୫୫ (୯୨.୫%),ଅର୍ଚ୍ଚନା ସେଠୀ ୫୫୧( ୯୧.୮୩), ଓ ମନ୍ଦାକିନୀ ରାଉଳ ୫୫୦( ୯୧.୬୬%) ନମ୍ବର ରଖୁ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟର ୧୦୦% ଫଳାଫଳ ପାଇଁ ବିଦ୍ୟାଳୟର ସଭାପତି ଡଃ.ପ୍ରଭାତ କୁମାର ରାଉତରାୟ,ସମ୍ପାଦକ ଡା. ରାକେଶ କୁମାର ଜେନା ଓ ପ୍ରାକ୍ତନ ସମ୍ପାଦକ ଅମିତାଭ ରାଉତରାୟ, ରାମକୃଷ୍ଣ ଦାଶ,ପ୍ରଧାନ ଆଚାର୍ଯ୍ୟ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତିର ସମସ୍ତ ସଦସ୍ୟ ବୃନ୍ଦ ପରୀକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ : ପ୍ରତି ଗ୍ରାମେ ଗ୍ରାମେ ବିଜ୍ଞାନ, ପ୍ରତି ଗୃହେ ଗୃହେ ବିଜ୍ଞାନ : ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଓ ବିଜ୍ଞାନ ଆଲୋଚନାଚକ୍ର ଭୁବନରେ ଅନୁଷ୍ଠିତ

Sunil Chandra Nayak

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ,  ପରୀକ୍ଷା ଦେଲେ ୧୭୩ ଜଣ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!