ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

ବିଜୟ କୁମାର ଜେନା

 

ହୃଦୟ ଯନ୍ତ୍ରଣା ଅସହ୍ୟ କାଳରେ

                  ଡାକିଛି ହେ ଚକାଡୋଳା

ଏକି ଦଣ୍ଡ ଦେଲ ପ୍ରାରବ୍ଧ କାଟୁଛ

                 ବୁଝିତ ପାରୁନି ଲୀଳା।

ଡାକ୍ତର କୁଶଳୀ ହସ୍ତରେ ଦେଖିଛି

                  ତୁମ ଛବି ଚକାଡୋଳା

ନୟନୁ ବୁହାଇ ଦୁଇ ଧାର ଲୁହ

                  ଭାବରେ ହୋଇଛି ଭୋଳା।

ତୁମେ ଥିଲ ବୋଲି ସାହାସ ଜୁଟିଲା

                   ମନରେ ଆସିଲା ଦମ୍ଭ

ଯାହା ଲାଗୁଥିଲା ବଡ ଅସମ୍ଭବ

                    କ୍ଷଣିକେ ହେଲା ସମ୍ଭବ।

କୋଠରୀ ଟି ସାରା ପ୍ରତେ ହେଉଥିଲା

                 ସବୁ ଜଗନ୍ନାଥ ମୟ

ବୁଝିଲି ହେ ପ୍ରଭୁ ତୁମେ ହିଁ ସକଳ

                 ଯାତ୍ରାର ଆଲୋକମୟ।

ପଥ ଦର୍ଶାଇଲ ସୁଯୋଗ ବି ଦେଲ

                  ରାହା ଦେଲ ବଞ୍ଚିବାର

ସେତିକି ଦିନ ତ ତୁମ ନାମ ନେଇ

                 ସମର୍ପିତ ଶ୍ରୀ ପାୟର।

  

     ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ମମତା ସାହୁ ଙ୍କ କବିତା ମହାଲକ୍ଷ୍ମୀ ନାରାୟଣୀ

Sunil Chandra Nayak

ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର କୁ ସ୍ଵେଛାକୃତ ସଂଯଗୀକରଣ ପାଇଁ ଭୋଟ ଦାତାଙ୍କୁ ନିବେଦନ

Sunil Chandra Nayak

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

Sunil Chandra Nayak

Leave a Comment

error: Content is protected !!