ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରଵାହଲ ମଣ୍ଡି ଠାରେ ପଣ୍ଡରା ମାଳି ସମାଜ ର ପଞ୍ଚବାର୍ଷିକୀ ମହାସଭା ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ 

ଚାରଵାହଲ ମଣ୍ଡି ଠାରେ ପଣ୍ଡରା ମାଳି ସମାଜ ର ପଞ୍ଚବାର୍ଷିକୀ ମହାସଭା ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ 

ଜୁନାଗଡ଼,୪/୫(ମନୀସ -)ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରଵାହଲ ମଣ୍ଡି ଠାରେ କଳାହାଣ୍ଡି ପଣ୍ଡରାମାଳି ସମାଜ ର ପଞ୍ଚବାର୍ଷିକ ମହାସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ ସାଙ୍ଗକୁ ସମାଜ ର ସମ୍ଭିଧାନ ପୁସ୍ତକ ଉନ୍ମୋଚିତ ହୋଇଛି l ସମାଜ ସଭାପତି ଈଶ୍ୱର ପୁଝlରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ କୁଳପତି ପ୍ରକାଶ ନାଏକ, ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଉପସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ଜୁନାଗଡ଼ ଏନ ଏ ସି ଚେରମେନ ହିମାଦ୍ରୀ ନାଏକ, ପୂ ସରପଞ୍ଚ ଦୁରସିଲା ମାଝୀ,ଆଇନଯିବି କଲ୍ୟାଣୀ ନାଏକ, ପୁର୍ବତନ ବ୍ଲକ ଚେରମେନ ତୁଲେଶ୍ୱର ନାଏକ ଓ ଜୟପାଟଣା, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ଲାଞ୍ଜିଗଡ ବ୍ଲକ ସଭାପତି ସମୂହ ମଂଚାସୀନ ହୋଇ ସମାଜ କୁ ଆଗକୁ ନେବା ପାଇଁ ଉଦବୋଧନ ଦେଇଥିଲେ l ଏହି ଅବସରରେ ସମାଜ ର ସମ୍ଭିଧାନ ନିୟମାବଳୀ ପାରିତ ହୋଇ ଘୋଷଣା ହେଲା ଜେ ସମାଜ ଯୁବ ବାହିନୀ କର୍ମକର୍ତା ଙ୍କ ବୟସ ସୀମା ୩୫ରୁ ୪୫,ଛାତ୍ର ସଂଗଠନ ର ବୟସ ସୀମା ୧୮ ରୁ ୨୫,ମହିଳା ସଂଗଠନ କର୍ମକର୍ତା ଙ୍କ ବୟସ ୪୦ ରୁ ୬୦ପାରିତ କରାଗଲା l ଉକ୍ତ ସଭା ରେ ଆଲୋଚନା କରି ସର୍ବସମ୍ମତି କ୍ରମେ ପଣ୍ଡାରlମାଲି ଯୁବ ବାହିନୀ ର କର୍ମକର୍ତା ଚୟନ କରା ଗଲା l ସଭାପତି ଭାବେ ଭବାନୀ ଶଙ୍କର ବଣିଆ,ଉପ ସଭାପତି ଭାବେ ବିପୁଳ ବଣିଆ,ଲୋଚନ ନାଏକ,କୈଳାସ ବଣିଆ, ଶୁଭେନ୍ଦୁ ନାଏକ, ସାଧୁ ଚରଣ ନାଏକ ସମ୍ପାଦକ ଲୋକେଶ ନାଏକ, ଯୁଗ୍ମ ସମ୍ପାଦକ ତପନ ଭୋଇ ଓ ଶୈଳ କୁମାର ନାଏକ, କୋଷାଧକ୍ଷ ସଂଜୀବ କୁମାର ବଣିଆ ଉପଦେଷ୍ଟା ଭାବେ ଶିବ ପ୍ରସାଦ ଭୋଇ, ବିବେକାନନ୍ଦ ମାଝୀ, ସୁଜିତ ନାଏକ, ଧନୁର୍ଜ୍ୟ ମାଝୀ, ଲୋକେଶ୍ୱର ପାରି, ବେଣୁଧର ମାସରା, ଚୌବାହା ତୋଲଟିଆ, ଧବଳେଶ୍ୱର ନାଏକ, ବାସୁଦେବ ନାଏକ ପ୍ରମୁଖ ଙ୍କୁ ସଭାପତି ଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ନାଏକ ଘୋଷଣା କରିଥିଲେ ଓ କୁଳପତି ପ୍ରକାଶ ନାଏକ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ l ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେ l ହାରାହାରି କଳାହାଣ୍ଡି ରୁ ସମାଜ ର ୩୦୦୦ରୁ ଉର୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଋଷିଆ ବିଶ୍ୱ ଯୁବ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଆ ପୁଅ ମହେନ୍ଦ୍ର 

masiha

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!