ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଉରକେଲା: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ମାଧବ ନଗର ଅନ୍ତର୍ଗତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସେକ୍ଟର -୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ ହରେକୃଷ୍ଣ ମାଝିଙ୍କ ମାର୍ଗଦର୍ଶନ, ଶାଖା କାର୍ଯ୍ଯବାହ ନିରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଶାଖା ମୁଖ୍ୟ ଶିକ୍ଷକ ତ୍ରିଲୋଚନ ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଶତାଧିକ ସ୍ବୟଂସେବକ ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମ: ସୂର୍ଯ୍ୟ ନମସ୍କାର, ଯୋଗାସନ, ଦଣ୍ଡ ପ୍ରୟୋଗ, ନ୍ଯୁଦ୍ଧ ପ୍ରଭୃତି ମାଧବ ନଗର ସହ ସଂଘଚାଳକ ଚନ୍ଦ୍ରଭାନୁ ମୁଣ୍ଡା, ମୁଖ୍ୟଅତିଥି ଡଃ ପ୍ରେମାନନ୍ଦ ସ୍ବାଇଁ , ମୁଖ୍ୟ ବକ୍ତା ହେମନ୍ତ ସାମଲଙ୍କ ଉପସ୍ଥିତିରେ ପ୍ରଦର୍ଶନ କରିଥିଲେ। ଅତିଥିମାନଙ୍କ ମାର୍ଗଦର୍ଶନ ପୂର୍ବରୁ ଶାଖା ପାଳକ ଅନଳ କୁମାର ଚୌଧୁରୀ ବାର୍ଷିକ ଯୋଜନା ପଠନ କରିଥିଲେ। ମୁଖ୍ୟଅତିଥି ଡଃ ସ୍ବାଇଁ ଏବଂ ମୁଖ୍ୟବକ୍ତା ଶ୍ରୀ ସାମଲ ଉପସ୍ଥିତ ସ୍ବୟଂସେବକ, କାର୍ଯ୍ୟକର୍ତ୍ତା ତଥା ନିମନ୍ତ୍ରିତ ସଂଘ ପରିବାରର ସଦସ୍ୟମାନଙ୍କୁ ସଂଘ ପ୍ରତିଷ୍ଠାର ଉଦ୍ଦେଶ୍ୟ, ବାର୍ଷିକ ଉତ୍ସବର ଉଦ୍ଦେଶ୍ୟ ସହ ସ୍ବୟଂସେବକର ଗୁଣ, ଧ୍ଯୟନିଷ୍ଠା ପ୍ରଭୃତି ସ୍ମରଣ କରାଇବା ସହ ଭାରତକୁ ପରମ ବୈଭବଶାଳି କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରିତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉତ୍ସବ ସମାପନ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହେଲୋ କିଡ୍ସ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଜଳେଶ୍ଵର ଥାନା ଘେରାଉ

୧- ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ,୨- ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ , ୩- ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

Sunil Chandra Nayak

Leave a Comment

error: Content is protected !!