ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, ୦୫/୦୫/୨୫: ହେମଗିର ବ୍ଲକ ପରିସରରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ର ଶୁଣାଣି କରିଥିଲେ। 

          ଆଜି ମୋଟ ୭୭ ଗୋଟି ଅଭିଯୋଗ ରହିଥିଲା। ସେଥି ମଧ୍ୟରୁ ୩୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୪୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୯ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। 

    ଆଜିର ଏହି ଅଭିଯୋଗ ଶୁଣାଣି ରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ହେମଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

Sunil Chandra Nayak

ପାଠ ପଢ଼ାଇଲେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ

Sunil Chandra Nayak

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

masiha

Leave a Comment

error: Content is protected !!