ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

ରାଉରକେଲା/ ସେକ୍ଟର -୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ ହୋଇଯାଇଛି l ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ପାଠଚକ୍ରର ଆୟୋଜନ ସହିତ “ମନୋଜ ଦାସଙ୍କ କାଳଜୟୀ ସାହିତ୍ୟ ଏବଂ ଅlମର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଶ୍ରା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ନଗେନ ଦାସ ବରେଣ୍ୟ ଅଲୋଚକ ଭାବରେ ଯୋଗଦାନ କରି ମାନବବାଦୀ ଚେତନା କିପରି ମନୋଜ ଦାସଙ୍କ ରଚନାର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି ତାହା ଉଦାହରଣ ମାଧ୍ୟମରେ ଦର୍ଶାଇବା ସହ ଶିଶୁ ମନସ୍ତତ୍ବକୁ କଥାକାର କିପରି ଆନ୍ତରିକତାର ସହ ପରିବେଷଣ କରିଛନ୍ତି ତାହା ଉଲ୍ଲେଖ କରିଥିଲେ । ଅନ୍ୟତମ ବରେଣ୍ୟ ଆଲୋଚିକା ଶିକ୍ଷାବିତ ଡଃ କିଶୋରୀ ଦାଶ ମନୋଜ ଦାସଙ୍କ ସାହିତ୍ୟ ସୃଷ୍ଟି କାହିଁକି କାଳଜୟୀ ତା ଉପରେ ଆଲୋକପାତ କରିବା ସହ ତାଙ୍କ ସୃଷ୍ଟ ଚରିତ୍ର ମାନେ ନିଜର ଶତଅବଗୁଣ ସତ୍ୱେ ତେଜସ୍ୱୀ ତଥା ଏକ ଅବ୍ୟକ୍ତ ଚେତନା ଦ୍ୱାରା ନିୟନ୍ତ୍ରିତ ହୋଇ ନିଜ ରୂପାନ୍ତର ପାଇଁ ଚେଷ୍ଟିତ ତାହା ସେ ବିଭିନ୍ନ ଗଳ୍ପ ଓ ବୁଲଡୋଜର ଉପନ୍ୟାସ ର ଉଦାହରଣ ଦେଇ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଅରବିନ୍ଦ ଯୋଗମନ୍ଦିରର ସମ୍ପାଦକ ତଥା ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପାତ୍ର ସ୍ୱାଗତ ଭାଷଣ ଦେବା ସହ ଏ ଆଲୋଚନା ଚକ୍ରର ପୂର୍ବାଭାସ ଦେଇ ଆଜିକା ପରିବେଶରେ ମନୋଜ ସାହିତ୍ୟ ର ଉପାଦେୟତା, ତାର ପ୍ରସାରଧର୍ମିତା ଓ ଆମ ସଭିଙ୍କ ସେଥିରେ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଏହି କ୍ରମରେ ଶ୍ରୀ ଅରବିନ୍ଦଙ୍କ ରଚିତ “ସାବିତ୍ରୀ’ ଆବୃତ୍ତି କରିଥିଲେ ରିତା ପଟ୍ଟନାୟକ ଓ ମାତୃ ସଂଗୀତ ଗାନ କରିଥିଲେ ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଗବେଷଣା କେନ୍ଦ୍ର ର ନମିତା ଅପା । ସହସମ୍ପାଦକ ଚିତ୍ତରଞ୍ଜନ ନନ୍ଦୀ କୃତଜ୍ଞତା ଜ୍ଞାପନ କରିଥିଲାବେଳେ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ରଂଜିତ ଦାଶ । ଉକ୍ତ ଆଲୋଚନା ଚକ୍ରରେ ଶୁଭ୍ରାଂଶୁ ଶେଖର ପରିଡ଼ା, ଶ୍ରୀ ଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ, ଡାକ୍ତର ରାଜ୍ୟବର୍ଧନ ପଟ୍ଟନlୟକ, ଅରୂପ ସୁବୁଦ୍ଧି,ଅରୁନ୍ଧତୀ ମହାପାତ୍ର, ସୁଶାନ୍ତ ମହାନ୍ତି, ଜନ୍ମେଜୟ ସାମଲ ପ୍ରମୁଖ ବହୁ ମନୋଜ ପ୍ରେମୀ ଯୋଗଦାନ କରି ପୁଣ୍ୟତିଥି ପାଳନ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଙ୍କ କବିତା ତୁମ ପାଇଁ

Sunil Chandra Nayak

ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି  ପଂଚାୟତ କାର୍ଯ୍ୟାଳୟ ଉଦଘାଟନ

ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Sunil Chandra Nayak

Leave a Comment

error: Content is protected !!