ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ 

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ 

ନୂଆପଡ଼ା,  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ ବନ୍ୟପ୍ରାଣୀ ମହାଦେବ ବଡାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ହେମନ୍ତ ପୁଟା, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଟ୍ରେଜେରୀ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣିଜ ଅଧିକାରୀ, ଅବକାରୀ ଅଧିକ୍ଷକ ସଙ୍ଘ ମିତ୍ରା ପ୍ରଧାନ, ଆର୍ ଟିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ସମସ୍ତ ଅଧିକାରୀ ମାନେ ନିୟମିତ ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l ସମସ୍ତ ଅଧିକାରୀ ସହଯୋଗ କରି ଜିଲ୍ଲା ରେଡକ୍ରସ୍ ପାଣ୍ଠି ବୃଦ୍ଧି କରନ୍ତୁ । ବିଭିନ୍ନ ବିଭାଗର ସମୀକ୍ଷାରୁ ଜଣାଗଲା ଯେ ୨୦୨୫ ବର୍ଷ ପାଇଁ ଜି ଏସ୍ ଟି ବିଭାଗକୁ ୪୫୬ ଲକ୍ଷ ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଏପ୍ରିଲ୍ ମାସଯାଏଁ ୨୧.୮୨ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଗତ ମାସରେ ଅବକାରୀ ବିଭାଗ ଦ୍ଵାରା ୯୪,୬୪,୭୮୪ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ବେଆଇନ୍ ମଦ କୋଠି, କଫ ସିରପ , ଗଞ୍ଜେଇ କାରବାର କୁ ଦୃଢ଼ ହସ୍ତରେ ଦମନ କରି କେଶ୍ ସଂଖ୍ୟା ବଢାଇବା ସହିତ କେଶ୍ ରେ ଦୋଷୀ ଯେଭଳି ଖସି ନ ଯିବେ ସେଇ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଧ ମାପ ଓ ଓଜନ ବିଭାଗ ଅପ୍ରେଲ ମାସରେ ୨୦୦ ଟି ଯାଞ୍ଚ କରି ୧୬୦୦୦ ଟଙ୍କା ଫାଇନ ଆଦାୟ କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ଗତ ମାସରେ ୧,୩୧,୪୬,୭୩୯ ଟଙ୍କା ରାଜସ୍ୱ ସଂଗ୍ରହ କରିଛନ୍ତି । ୨୦୨୫ ବର୍ଷରେ ୨୧୮୩ ଟି ଇ ଚାଲାନ୍ କଟିଛି ଏବଂ ସେଥିରୁ ୧୪୦୩ ଟି ବିନା ହେଲମେଟ ଗାଡ଼ି ଚାଳନା ପାଇଁ ଫାଇନ ଆଦାୟ ହୋଇଛି। ଜିଲ୍ଲାପାଳ କହିଲେ ଯେ ରାସ୍ତା ଦୁର୍ଘଟଣାରେ ବିଶେଷକରି ବାଇକ୍ ଚାଳକ ଯୁବା ବର୍ଗଙ୍କ ଜୀବନ ହାନି ଘଟୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନିୟୋଜିତ କରାଯାଉ । ଏଥିପାଇଁ କଲେଜ୍ ମାନଙ୍କୁ ସ୍ଵତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯିବ । ଏବର୍ଷ ଏପ୍ରିଲ୍ ପର୍ଯ୍ୟନ୍ତ ମାଇନିଙ୍ଗ ବିଭାଗ ପକ୍ଷରୁ ୧,୨୨,୮୫,୨୧୧ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି ।ଜିଲ୍ଲାର ସମସ୍ତ ଖଣି ଖାଦ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ ହେବ l ମାଇନିଙ୍ଗ , ପୋଲିସ ଓ ତହସିଲ୍ ବିଭାଗ ମିଳିତ ଭାବରେ ରେଡ୍ କରିବେ । 

ଜିଲ୍ଲା ଭୂ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସ ଶେଷ ସୁଦ୍ଧା ୫୪,୭୯,୩୭୬ ଟଙ୍କା ଆଦାୟ ହୋଇଛି ।ତହସିଲଦାର ମାନେ ସମସ୍ତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇ ଦେବେ। ପଡ଼ି ରହିଥିବା ସମସ୍ତ ରାଜସ୍ବ କେଶ୍ ଓ ମ୍ୟୁଟେସନ କେଶ୍ ଶିଘ୍ର ସମାଧାନ ହେବ l ଜିଲ୍ଲାର ଜଙ୍ଗଲ ଜମି ଏବଂ ଗୋଚର ଜମିରୁ ଜବର ଦଖଲ ଅତି ଶିଘ୍ର ଉଚ୍ଛେଦ କରି ତାକୁ ସଂରକ୍ଷିତ ରଖାଯିବ। ବେଆଇନ୍ ଭାବରେ ଚାଲିଥିବା ଇଟା ଭାଟି ସବୁ ରେଡ୍ କରାଯିବ । ଏସବୁ ଉପରେ ଉପ ଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ପାକ୍ଷିକ ରିପୋର୍ଟ ଦେବେ । ପ୍ରତି ସୋମବାର ଅଭିଯୋଗ ଶିବିରରେ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ । ପୁରୁଷ ପୁରୁଷ ଧରି ରହି ଆସୁଥିବା ଅଣ ଆଦିବାସୀ ମାନଙ୍କୁ ସେହି ଜମି ଲିଜ୍ ସୂତ୍ରରେ ଦେବା ପାଇଁ ତହସିଲଦାର ମାନେ ବ୍ୟବସ୍ଥା କରିବେ। ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନେ ସହରାଞ୍ଚଳର ରାସ୍ତା ଘାଟରୁ ଜବର ଦଖଲ ଉଚ୍ଛେଦ କରିବେ। ପ୍ରଶାସନର ସମସ୍ତ ବିଭାଗ ନିର୍ଦ୍ଧାରିତ ରାଜସ୍ୱ ଠିକ୍ ସମୟରେ ସଂଗ୍ରହ କରି ଲୋକମାନଙ୍କ ଦ୍ଵାର ଦେଶରେ ବିଭିନ୍ନ ସେବା ଯୋଗାଇ ଦେବେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଶୀର୍ବାଦ ର ବିଶ୍ୱ ଶୌଚାଳୟ ଦିବସ ପାଳିତ

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

Sunil Chandra Nayak

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

Leave a Comment

error: Content is protected !!