ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଅଶୋକ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

ସ୍ବର୍ଗତ ଅଶୋକ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

ରାଉରକେଲା: ସହରର ବିଭିନ୍ନ ନାଟକ ଅନୁଷ୍ଠାନ ତରଫରୁ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ସ୍ବର୍ଗତ ଅଶୋକ କୁମାର ବଳଙ୍କୁ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କ୍ରମରେ ସଂକଳ୍ପ, ଏକତ୍ର ପରିବାର, ଆଦର୍ଶ ପାଠାଗାର, ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଶାରଳା ପରିବାର, ପ୍ରଗତି ଉତ୍କଳ ସଂଘ, ଶ୍ରଦ୍ଧା,ପଦ୍ମବର୍ଣ୍ଣା,ସହର ସେବା ସମିତି, ପ୍ରତିଧ୍ଵନି, ରଙ୍ଗମଞ୍ଚ,ପ୍ରୟାସ, ସମ୍ପର୍କ, ସ୍ପନ୍ଦନ, କଲଚରାଲ ଏକାଡେମୀ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାଗଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତି ଚାରଣ କରି ସେ ଜଣେ ବନ୍ଧୁ ବତ୍ସଳ, ଉଚ୍ଚ କୋଟିର ଅଭିନେତା, ଦକ୍ଷ ସଂଗଠକ, ସ୍ବାର୍ଥରୁ ଉର୍ଦ୍ଧ୍ବ ରେ ରହି ବିଭିନ୍ନ ଅନୁଷ୍ଠାନର ଉନ୍ନତି କଳ୍ପେ କାମକରୁଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ,ଆଲୋକ ବୋଷ,ଅଭୟ ଦାସ, ଚନ୍ଦ୍ର ଶେଖର ଶତପଥୀ, ପଶୁପତିନାଥ ଚାଟାର୍ଜୀ, ସୁନିଲ କାୟଲ,ଡା ଉତ୍ତମ ଚରଣ ଜେନା,ଡ଼ଃ ସଞ୍ଜୟ ହାତୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଡ ନିବେଦିତା ଜେନା, ପ୍ରଶାନ୍ତ ପତି, ପ୍ରେମାନନ୍ଦ ସାମଲ,ଶରତ ଦାସ, କୁମାର ବେହେରା, ଅକ୍ଷୟ ସାମଲ, ରାଧାମୋହନ ନାୟକ, ପ୍ରକାଶ ସାହାଣୀ, ନଳିନୀ ନିହାର ନାୟକ, କୈଳାଶ ପାଣିଗ୍ରାହୀ, ଶୈଳେନ୍ଦ୍ର ମହାନ୍ତି, ଉମାକାନ୍ତ ବିଶୋଇ,ନୀତା ଗୋସ୍ୱାମୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼ା ସମର ମୁଦାଲି ସଭାପତିତ୍ବ କରିଥିବା ବେଳେ ଏକତ୍ର ର ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ବଳଙ୍କ ଭଉଣୀ କ୍ରିଷ୍ଣାପ୍ରିୟା ବଳ,ଝିଅ ଅସ୍ମିତା ପ୍ରିୟଦର୍ଶିନୀ ବଳ, ଅର୍ପିତା ପ୍ରିୟଦର୍ଶିନୀ ବଳ, ଜାମାତା ମନୀଷ ତିୱାରୀ, ନାତି ଶିବାଂଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ

Sunil Chandra Nayak

ଜିଲ୍ଲା ଓକିଲ ସଂଘ ର କଥାରେ ସାବାଡ ହେଲେ ବିଭାଗୀୟ ଅଧିକାରୀ ?

Sunil Chandra Nayak

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!