ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

ରାଉରକେଲା : ୮/୫/୨୫ :  ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି l  ଏହି ଅବସରରେ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମାନ୍ୟବର ବିଧାୟକ ରଘୁନାଥପଲ୍ଲୀ ଶ୍ରୀ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୋବେଲ ଶାନ୍ତି ପୁରସ୍କାରର ପ୍ରଥମ ବିଜେତା ହେନରୀ ଡୁରାଣ୍ଟ ଙ୍କୁ ସ୍ମରଣ କରିଥିଲେ ଓ  ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭୋଦିତ କରି କହିଥିଲେ ଯେ, ମାନବ ଜୀବନ ମୂଲ୍ୟବାନ ନିଜଆଖ ପାଖରେ ଯଦି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଦେଖିଲେ ତୁରନ୍ତ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇ  ଜୀବନ ବଂଚାଇବାରେ ସହଯୋଗ କରିବା ଉଚିତ୍ l  ମାନବ ଜୀବନ ବଞ୍ଚେଇବା, ଦୁର୍ବଳ ସମୂହଙ୍କର ସହାୟତା କରି ସେମାନଙ୍କୁ ସହଜ ଭାବରେ ବଞ୍ଚିବାର ଆଶ୍ବସ୍ତି ପ୍ରଦାନ କରିବା  ହେଉଛି ଏହି ଦିବସର ମୂଳ ମନ୍ତ୍ର ଏହି ବାର୍ତ୍ତାକୁ ଛାତ୍ରଛାତ୍ରୀ ଯୁବ ପିଢି  ସମାଜର ଦୂତ ସାଜି ସମାଜର ସବୁ ବର୍ଗ ପାଖରେ ପହଂଚାଇବା ଉଚିତ l 

ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରି ରୋଗ  କିମ୍ବା କୌଣସି ଦୁର୍ଘଟଣା ହେଉ ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ରେଡକ୍ରସ ର ଭୂମିକା ଉପରେ ଅବଗତ କରାଇଥିଲେ। ସେ ମାନବିକତାକୁ ଯୁବ ପିଢି ବଜାୟ ରଖିବାକୁ ଆହ୍ବାନ କରିଥିଲେ l 

ଏହି ଅବସରରେ ମହାବିଦ୍ୟାଳୟ ଓ ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ, ବକ୍ତତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। 

କାର୍ଯ୍ୟକ୍ରମ ପୂର୍ବରୁ ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଥିଲା l ଏହି ଶୋଭା ଯାତ୍ରା ରେ  ଉଦିତନଗର ହାଇସ୍କୁଲ, ମ୍ୟୁନିସିପାଲ ମହା ବିଦ୍ୟାଳୟର ଏନସିସି କ୍ୟାଡେଟ, କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ା ଉପଜିଲ୍ଳାପାଳ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଇଥିଲେ l 

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ ଓ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ ସମେତ   ବିଭିନ୍ନ ବିଦ୍ୟାଳୟର , ମହାବିଦ୍ୟାଳୟର  ଶିକ୍ଷକ, ଅଧ୍ୟାପକ,  ଅତିରିକ୍ତ ଜିଲ୍ଳାପାଳ କାର୍ଯ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ l  ଡା ପୂଜା ପତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ 

masiha

ଖୁଣ୍ଟିଆ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଶବ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରୁ ଉଦ୍ଧାର

Sunil Chandra Nayak

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!