ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା – ।। ସିନ୍ଦୂର।।

    ।। ସିନ୍ଦୂର।।

    ରାଗ।। ବଙ୍ଗଳା ଶ୍ରୀ।।
ଭାରତ ଜନନୀ ଛବିଶି ରମଣୀ 
         ମଥାର ସିନ୍ଦୂର ବିନ୍ଦୁ,
ଲିଭାଇଲା ଯିଏ ବର ବର ସିଏ
        ଅର ଜିଲା ପାପ ସିନ୍ଧୁ।୧।
ସେହି ମହା ପାପେ ନାଶଯାଏ ଆପେ
        ନରେନ୍ଦ୍ର ମୋଦିଙ୍କ ନିଆଁ 
ହୁତୁହୁତୁ ଜ୍ଜଳେ ସମୟ କବଳେ
         ଯବନେ କରି ଛାନିଆଁ।୨।
ସାରା ପାକିସ୍ଥାନ କରୁଛି ଦହନ 
         ହିନ୍ଦୁ ରମଣୀଙ୍କ ରକ୍ତ,
ଟକ ମକ ହୋଇ ଫୁଟି ଉଛୁଳଇ
        ଦୁଷ୍ଟ ଗାଲ ମାଡ଼ ଶକ୍ତ।୩।
ତିନି ବାହିନୀର ଅସ୍ତ୍ର ଶସ୍ତ୍ର ସ୍ୱର
         ଜଳ ସ୍ଥଳ ଆକାଶର,
କରୁଛି ଗର୍ଜନ କରି କମ୍ପ ମାନ
        ଭାଙ୍ଗି ଦିଏ ଶତ୍ରୁ ଘର।୪।
ଶହ ଶହ ନାରୀ ଯିଏ ହେଲା ବୈରୀ 
        ତାକୁ ପୋଛିଲା ସିନ୍ଦୂର,
କରାଳ ସାଜିଲା ଯିଏ ବି ହୋଇଲା 
          ପିଶାଚ ଆତଙ୍କି ନର।୫।
ବିକ୍ରାନ୍ତ ଗର୍ଜ୍ଜଇ ମହାକାଳ ହୋଇ
        ରାଫେଲର ଗୁଳି ଗୁଳା,
ସଂହାର କରୁଛି ଶତ୍ରୁ ସୈନ୍ୟ ପୋଛି
         ଉଡ଼ୁୁଛନ୍ତି ନେତା ତୂଳା।୬।
ସେହାଜ ସରିଫ ଆଣ୍ଟପଣ ଗଲା 
          ଲୁଚିଲାଣି ସ୍ଵାନ ପରି 
ଏସ 400 ଗୋଡ଼ାଇ ମାରୁଛି 
          ଖାଇ ଯାଏ ଚକ୍ରେ ଧରି।୭।
ମୋଦି ସହ ଶହ ବିରୋଧଙ୍କ ସ୍ନେହ
          ଏକତ୍ର ଭାରତ ବଳ 
ପଠାଣଙ୍କୁ ଆଜି ଦେଉ ଛନ୍ତି ଭାଜି
           ଭାଙ୍ଗି ତାଙ୍କ ଅଣ୍ଟାବଳ।୮।
ସତୀ ରମଣୀର ମଥାର ସିନ୍ଦୂର 
         ସୁଦର୍ଶନ ଚକ୍ର ପରି,
ଦହନ କରଇ ଅଗ୍ନି ଶିଖା ହୋଇ 
         କରଇ ପାଉଁଶ ସରି।୯।
ଗର୍ଜୁଛି ରାଫେଲ ଗର୍ଜୁଛି ବିକ୍ରାନ୍ତ
         କରିସିଂହ ରଡ଼ି ସ୍ୱର 
ଆତଙ୍କବାଦିର ମୂଳ ପୋଛ କରି
         ବିଶ୍ଵ ଦେଖେ ନିରନ୍ତର।୧୦।
          ।। ସମାପ୍ତ।।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା 

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା 

Related posts

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

Leave a Comment

error: Content is protected !!