ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ୨ ଜଣ ମୃତ 

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ୨ ଜଣ ମୃତ 

ଡାବୁଗାଁ, ୧୧/୫ (ମ. ନି. ସ.)- ରବିବାର ମଧ୍ୟାନ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମ ଛକ ରେ ଡାବୁଗାଁ – ମଇଦଲପୁର ରାସ୍ତା ରେ ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇ 2 ଜଣ ଙ୍କ ର ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ :- ଡାବୁଗାଁ ଦେଶୀ ମଦ ଭାଟି ର କର୍ମଚାରୀ ସମ୍ଭୁ ରାୟ (୫୫) ଡାବୁଗାଁ – ମଇଦଲପୁର ମୁଖ୍ୟ ରାସ୍ତା ରେ ମୋଟରସାଇକେଲ ନଂ ଓଡି ୨୪ – ୯୫୨୯ ଯୋଗେ ଦେଶୀ ମଦ ନେଇ ମାନିଗାଁ ଗ୍ରାମ ମଧ୍ୟ ଙ୍କୁ ଯାଉଥିବା ବେଳେ ବିପରୀତ ଦିଗରୁ ତେନ୍ତୁଳୀଖୁଣ୍ଟି ବ୍ଳକ ବନ୍ଧଗୁଡ଼ା- ମେରୀଗୁଡ଼ା ଗ୍ରାମର ଦେବେନ୍ଦ୍ର ଭତ୍ରl (୨୮)ତାଙ୍କ ଗ୍ରାମରୁ ଡାବୁଗାଁ ବ୍ଳକ ପାଖରେ ଥିବା ଖୁଟୁବାଇ ତାଙ୍କ ଶ୍ଵଶୁର ଘର ଙ୍କୁ ନିଜ ମୋଟରସାଇକେଲ ନଂ ଓ ଡି ୨୪ ଏମ ୩୫୩୯ ଯୋଗେ ଦ୍ରୁତ ଗତିରେ ଆସୁଥିବାରୁ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଭାଟି କର୍ମଚାରୀ ଜଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଦେବେନ୍ଦ୍ର ଗୁରୁତର ହୋଇ ଥିଲା l ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବେନ୍ଦ୍ର କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ସେଠାରେ ବାମ ଗୋଡ ଓ ବାମ ହାତ ଭାଙ୍ଗି ଥିବାରୁ ଚିକିତ୍ସିତ ଅବସ୍ଥାରେ ଦେବେନ୍ଦ୍ର ଙ୍କ ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ଡାବୁଗାଁ ଥାନା ଏସ୍ ଆଇ ଚନ୍ଦନ ସାହୁ ଓ ଭାଟି କର୍ମଚାରୀ ପହଂଚି ଶବ ଡାବୁଗାଁ କୁ ବ୍ୟବଚ୍ଛେଦ ନିମନ୍ତେ ଅଣା ଯାଇଥିଲା l ଏ ନେଇ ଭାଟି ମ୍ୟାନେଜର ଅମିତ ଭଗତ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଡାକ୍ତରଖାନା ରେ ପହଞ୍ଚି 2 ଟି ମୃତ ଦେହ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ଶମ୍ଭୁ ଙ୍କ ମୃତଦେହ ମଦ ଭାଟି କର୍ମଚାରୀ ମାନଙ୍କୁ ଏବଂ ଦେବେନ୍ଦ୍ର ଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ 95/25 ରେ ଏକ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

masiha

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

masiha

Leave a Comment

error: Content is protected !!