ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା ..

ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ପଡିଲା ମହଙ୍ଗା। ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି ସୂର୍ଯ୍ୟା ରାଓ । ସୂଚନାଯୋଗ୍ୟ ଯେ ୨୦୨୦ ଜୁଲାଇ ୬ ତାରିଖ ଦିନ ରାତିରେ ପୀଡ଼ିତା ଲାଠିକଟା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ରତିକଣି ଗ୍ରାମର ଶୁକରାମ ନାଗ ସହ ପୀଡ଼ିତାଙ୍କ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହ ର ପ୍ରତିଶ୍ରୁତି ଦେଇ ଶୁକରାମ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେ ୭ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶୁକରାମ ବିବାହ କରିବାକୁ ମନା କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଶୁକରାମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ପ୍ରମାଣ ଓ ତଥ୍ୟ କୁ ଭିତ୍ତିକରି ଆସାମୀ ଶୁକରାମ କୁ ୧୦ ବର୍ଷ କାରାଦଣ୍ଡ ଓ ପୀଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ନଦେଲେ ଅଧିକ ୨ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ କୁମାର ଦାଶ ଓ ବିଜୟ କୁମାର ଦାସ ପରିଚାଳନା କରୁଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

ନର୍ଲା ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ 

masiha

ବିଶ୍ବକପ୍ କ୍ରିକେଟ ଖେଳର ବିଜୟ ହାସଲ ପାଇଁ ମା’ ଙ୍କ ନିକଟରେ ପ୍ରାର୍ଥନା 

Sunil Chandra Nayak

Leave a Comment

error: Content is protected !!