ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା ..

ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ପଡିଲା ମହଙ୍ଗା। ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି ସୂର୍ଯ୍ୟା ରାଓ । ସୂଚନାଯୋଗ୍ୟ ଯେ ୨୦୨୦ ଜୁଲାଇ ୬ ତାରିଖ ଦିନ ରାତିରେ ପୀଡ଼ିତା ଲାଠିକଟା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ରତିକଣି ଗ୍ରାମର ଶୁକରାମ ନାଗ ସହ ପୀଡ଼ିତାଙ୍କ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହ ର ପ୍ରତିଶ୍ରୁତି ଦେଇ ଶୁକରାମ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେ ୭ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶୁକରାମ ବିବାହ କରିବାକୁ ମନା କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଶୁକରାମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ପ୍ରମାଣ ଓ ତଥ୍ୟ କୁ ଭିତ୍ତିକରି ଆସାମୀ ଶୁକରାମ କୁ ୧୦ ବର୍ଷ କାରାଦଣ୍ଡ ଓ ପୀଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ନଦେଲେ ଅଧିକ ୨ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ କୁମାର ଦାଶ ଓ ବିଜୟ କୁମାର ଦାସ ପରିଚାଳନା କରୁଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

Sunil Chandra Nayak

ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!