ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ଘଟି ୧ ମୃତ, ୩ ଆହତ 

ବଜ୍ରପାତ ଘଟି ୧ ମୃତ, ୩ ଆହତ 

ଡାବୁଗାଁ, ୧୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଓ ସରାଗୁଡା ଗ୍ରାମରେ ଗୁରୁବାର ଅପରାହ୍ନ ୫.୩୦ ଘ. ସମୟରେ ବଜ୍ରପାତ ଘଟି ୧ ମୃତ ଓ ୩ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ଦଶାଇ ପନକା (୫୨) ଆଜି ଅପରାହ୍ନରେ ଡାବୁଗାଁ ହାଟ ରୁ ପନିପରିବା କିଣି ବସ ଯୋଗେ ଯାଇ ବୋରିଗାଁ ଛକରେ ବସରୁ ଓହ୍ଲାଇ ଚାଲି ଚାଲି ନିଜ ଘରକୁ ଫେରୁଥିଲେ | ବୋରିଗାଁ ଗ୍ରାମ ପୂର୍ବରୁ ପୋଲ ନିକଟରେ ହଠାତ ବର୍ଷା ହୋଇ ବଜ୍ରପାତ ଘଟିଥିଲା | ଫଳରେ ଘଟଣାସ୍ଥଳରେ ହିଁ ଦଶାଇ ପନକା ଙ୍କର ମୃତ୍ୟୁ ଘଟିଥିଲା | ସେହିପରି କୋଇଲାରୀ ପଞ୍ଚାୟତ ଅଧୀନ ସରାଗୁଡା ଗ୍ରାମର ଲାଇବାନ ଭତ୍ରା ଙ୍କ ଝିଅ ଓ ୨ ନାତି ଘରେ ଥିଲେ | ସେହି ସମୟରେ ଘର ଉପରେ ବଜ୍ରପାତ ଘଟିଥିଲା | ଘର ଭିତରେ ଥିବା ଲାଇବାନ ଙ୍କ ଝିଅ ରତନା ଭତ୍ରା (୧୫), ନାତି ରାଜେଶ ଭତ୍ରା (୬) ଓ ନିତେଶ ଭତ୍ରା (୩ ମାସ) ଆହତ ହୋଇଥିଲେ | ସେମାନଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯରେଇଛି | ବର୍ତ୍ତମାନ ଆହତ ୩ ଜଣ ଚିକିତ୍ସିତ ହେଉଛନ୍ତି | ଏହାସହ ଦଶାଇ ପନକାଙ୍କ ମୃତଦେହ ମହାପ୍ରୟାଣ ଗାଡି ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

Leave a Comment

error: Content is protected !!