ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

ରାଉରକେଲା, ୧୫ ମଇ ୨୦୨୫: ‘ଅପରେସନ ସିନ୍ଦୂର’ର ସଫଳତାର ପ୍ରତୀକ ରୂପେ ସାରା ରାଜ୍ୟରେ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଉଛି। ଏହି କ୍ରମରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପରାକ୍ରମ ତଥା ଅଦମ୍ୟ ସାହସକୁ ସମ୍ମାନ ପ୍ରଦାନ ପୂର୍ବକ ସେନାର ଯବାନମାନଙ୍କ ଶୌର୍ଯ୍ୟ, ତ୍ୟାଗ ଓ ବୀରତ୍ୱର ସମ୍ମାନାର୍ଥେ ଗୁରୁବାର ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ତରଫରୁ ‘ପରାକ୍ରମ ଶୋଭାଯାତ୍ରା’ର ଆୟୋଜନ କରାଯାଇଥିଲା। ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଆମ ସେନା ଆମ ପାଇଁ ସୁରକ୍ଷା କବଚ ବୋଲି କହିଥିଲେ। ଏଥିସହ ଆତଙ୍କବାଦ ବିରୋଧରେ ଭାରତୀୟ ସେନା ପକ୍ଷରୁ ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ‘ଅପରେସନ ସିନ୍ଦୂର’ ଆଜି ସମସ୍ତ ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ବୋଲି କହିଥିଲେ। 

ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ପ୍ରଥମେ ଛେଣ୍ଡ ଛକ, ସ୍ପେସ୍ ଛକ, ଆମ୍ବାଗାନ୍, ସେକ୍ଟର ୨, ଟ୍ରାଫିକ୍ ଗେଟ୍ ଛକ, ଡେଲି ମାର୍କେଟ ମେନ ରୋଡ୍, ଆମ୍ବେଦକର ଛକ ହୋଇ ଆରଏମସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା। ରାଉରକେଲା ସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ଅଧିକାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରିବା ସହ ବିଭିନ୍ନ ଦେଶାତ୍ମବୋଧକ ନାରା ଦେଇ ଏଥିରେ ସାମିଲ ହୋଇଥିଲେ। ଯାହା ପୁରା ପରିବେଶକୁ ତ୍ରିରଙ୍ଗାମୟ କରିଥିଲା।

ଏହି ପରାକ୍ରମ ଶୋଭାଯାତ୍ରାରେ ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଅନୀତା ନାଏକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ସହକାରୀ ଆୟୁକ୍ତ ଅଭିଷେକ ମିଶ୍ର, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ । ଦୁଇ ଦିନର ଉତ୍ସବ ; ମହାମହିମ ରାଜ୍ୟପାଳ କରିବେ ଉଦଯାପନ

Sunil Chandra Nayak

ଡାବୁଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ ମେଳା 

masiha

Leave a Comment

error: Content is protected !!