ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର,ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ…

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର,ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ…

ମୁରିବାହାଲ,୧୬/୦୫/୨୫ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ-ବଙ୍ଗୋମୁଣ୍ଡା ୫୯ନ ଜାତୀୟ ରାଜପଥ ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୁରିବାହାଲ ଥାନା ସରଧାପୁର ଗ୍ରାମର ସାନ ବଗର୍ତ୍ତିଙ୍କ ପୁଅ ଦୁର୍ଲ୍ଲଭ ବଗର୍ତ୍ତି (୬୦) ହିରୋ ହୋଣ୍ଡା ସିଡି ଡିଲକ୍ସ (ଓଆର ୦୩ଜି୮୫୪୩) ଯୋଗେ ଶୁକ୍ରବାର ଦିନ ଅପରାହ୍ନ ୩ଘଣ୍ଟା ସମୟରେ ଏହି ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଥିବା ନିଜ ଭଉଣୀ ଘରକୁ କୌଣସି ଘରୋଇ କାମରେ ଯାଉଥିଲେ। ଜାତୀୟ ରାଜପଥ ୫୯ର ଗରଗଡବାହାଲ ଛକ ନିକଟରେ ସାମ୍ନା ପଟରୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଦୁର୍ଲ୍ଲଭଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଠିକ୍ ସେହି ସମୟରେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସାମ୍ବାଦିକ ନବିନ ତାଣ୍ଡି, ଗିରିଧାରୀ ସାହୁ ଓ ପ୍ରେମାନନ୍ଦ ତାଣ୍ଡି ସେହି ରାସ୍ତା ଦେଇ ଯାଉଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଆହତ ଦୁର୍ଲ୍ଲଭ ବଗର୍ତ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ମେଡିକାଲକୁ ପଠାଇ ମୁରିବାହାଲ ପୋଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଅଜଣା ଗାଡ଼ିକୁ ପୋଲିସ ଜବତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସାମ୍ବାଦିକମାନଙ୍କ ସେବା ମନୋଭାବକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଭାଷା ହିଁ ଜାତିର ପରିଚୟ -ଭାଷା ପ୍ରତି ଅନୁରାଗ କମିବା ବିଡମ୍ବନା – ଜଳେଶ୍ୱରରେ ” ଭାଷା ସାହିତ୍ୟ ବିକାଶ ପରିଷଦ”ର ଶୁଭ ଉଦଘାଟିତ 

Sunil Chandra Nayak

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

masiha

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

Leave a Comment

error: Content is protected !!