ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:( ତା୧୯.୦୫.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନନ୍ଦାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ,ବି ଡି ଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୨୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ ଜଣ ଚିହ୍ନଟ ଦିବ୍ୟାଙ୍ଗ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୟୂରଭଞ୍ଜ ଜିଲ୍ଲାର ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

masiha

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

masiha

Leave a Comment

error: Content is protected !!