ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷୀ ପାଇଁ ଦିନଟିଏ ଅବସରରେ ନୂଆପଡ଼ା ଜିଲ୍ଲାପାଳଙ୍କ ବାର୍ତ୍ତା  ” ପକ୍ଷୀ ତୁମେ ଫେରି ଆସ ” 

ପକ୍ଷୀ ପାଇଁ ଦିନଟିଏ ଅବସରରେ ନୂଆପଡ଼ା ଜିଲ୍ଲାପାଳଙ୍କ ବାର୍ତ୍ତା 

” ପକ୍ଷୀ ତୁମେ ଫେରି ଆସ ” 

ନୂଆପଡ଼ା, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର ଲର୍କା ପଞ୍ଚାୟତର ଖୋର୍ଲା ଗାଁ ରେ ବର୍ଦ୍ଧିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥି ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଖୋର୍ଲା ଗାଁରେ ପହଞ୍ଚିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନୁସୁୟା ବାଗ୍ ଦେବି, ଲର୍କା ସରପଞ୍ଚ ଜୟଶ୍ରୀ ପଟେଲ ଏବଂ ରୋକାଲ ସରପଞ୍ଚ ଠାକୁର ବାଗ ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ l ଏହି ଅବସରରେ ଡି ଏଫ୍ ଓ ଙ୍କ ଉଦ୍ୟମରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ପକ୍ଷୀ ମାନଙ୍କ ପାଇଁ ଜଳ ଏବଂ ବସା ଯୋଗାଇ ଦିଆଯାଇଥିଲା l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ପକ୍ଷୀ ମାନେ ଧୀରେ ଧୀରେ ଆମ ମାନବ ଜୀବନ ସ୍ରୋତରୁ ଦୁରେଇ ଯାଉଛନ୍ତି l ସେମାନଙ୍କ ବିନା ଜୀବନ ନିରସ ହୋଇ ଯାଉଛି lଆମେ ସେମାନଙ୍କ ପାଇଁ ଏମିତି ବ୍ୟବସ୍ଥା କରିବା ଯାହାଦ୍ୱାରା ସେମାନେ ଆକର୍ଷିତ ହୋଇ ପୁଣି ଥରେ ଆମ ପାଖକୁ ଫେରି ଆସିବେ l ସେମାନଙ୍କ ସୁମଧୁର କାକଳି ଏବଂ କିଚିରି ମିଚିରି ଶବ୍ଦରେ ପୁଣି ଥରେ ଆମ ପରିବେଶ ମଧୁମୟ ହୋଇ ଉଠିବ l ସେମାନଂକୁ ଆକର୍ଷିତ କରିବା ପାଇଁ ଆମେ ଅଧିକରୁ ଅଧିକ ଗଛରେ ମାଟି ପାଣି ପାତ୍ର, କିଛି ପକ୍ଷୀ ଖାଦ୍ୟ ଏବଂ ଛୋଟ ଛୋଟ ବସା ଝୁଲାଇ ଦେବା l ଆମର ବ୍ୟବହାର ଏବଂ ଆଚରଣକୁ ନିରାପଦ ଭାବିଲେ ସେମାନେ ନିଶ୍ଚିତ ଭାବରେ ଆମ ପାଖକୁ ପୁଣି ଥରେ ଫେରି ଆସିବେ l ଏହାଦ୍ୱାରା ପରିବେଶ ସୁରକ୍ଷା ହେବା ସହିତ ଆମ ଜୀବନ ସଙ୍ଗୀତମୟ ହୋଇ ଉଠିବ l ଏହା କେବଳ ବନବିଭାଗ କାର୍ଯ୍ୟରେ ସୀମିତ ନରହି ସମସ୍ତେ ଏହାକୁ ଅନୁସରଣ କରନ୍ତୁ lଏହିଭଳି ଜନ ସଚେତନତା ନୂଆପଡ଼ାର ପ୍ରତି ପୁରପଲ୍ଲୀକୁ ବ୍ୟାପ୍ତ ହେଉ l

ଏଠାରେ ଜିଲ୍ଲାପାଳ ବାର୍ତ୍ତା ଦେଇଥିଲେ

 ” ପକ୍ଷୀ ତୁମେ ଫେରି ଆସ ” 

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସ୍ପଷ୍ଟୀକରଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ

Sunil Chandra Nayak

Leave a Comment

error: Content is protected !!