ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦର୍ଶନ ସାସ୍ତ୍ର ବିଭାଗର ପ୍ରାଧ୍ୟାପକ ସୁଧର ଚନ୍ଦ୍ର ପ୍ରଧାନ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନୂଆପଡ଼ା ଜିଲ୍ଲା ଖଡିଆଳ ସୟଂଶାସିତ ମହାବିଦ୍ୟାଳୟ ପରିସରରେ ଦର୍ଶନ ସାସ୍ତ୍ର ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସୁଧର ଚନ୍ଦ୍ର ପ୍ରଧାନ ଙ୍କୁ ଅଵସର କାଳୀନ ବିଦାୟ ସମ୍ବନ୍ଧନା ପ୍ରଦାନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ପଦାର୍ଥ ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର, ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଅଶ୍ବନୀ ପାଢୀ, ରସାୟନ ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପକ ଡ. ତରୁଣ କୁମାର ପ୍ରଧାନ, ସମେତ ଦର୍ଶନ ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ବେହେରା ମଂଚାସୀନ ଥିଲେ । ପ୍ରଫେସର ପ୍ରଧାନ ୧୯୯୨ ମସିହାରେ ଦର୍ଶନ          ଶାସ୍ତ୍ର ବିଭାଗର ଅଧ୍ୟାପନା କାର୍ଯ୍ୟ ଗ୍ରହଣ କରି ଦିର୍ଘ ୩୦ ବର୍ଷ ଧରି ନିଷ୍ଠାପର କାର୍ଯ୍ୟ ତୁଲାଇବା ସହ ଖଡିଆଳ ସୟଂଶାସିତ ମହାବିଦ୍ୟାଳୟ ର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରି ଆସୁଥିଲେ । ତାଙ୍କୁ ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ସମ୍ବର୍ଦ୍ଦନା ପତ୍ର ଜ୍ଞାପନ କରାଯାଇଥିଲା । ଏଥିରେ ଦର୍ଶନ ସାସ୍ତ୍ର ବିଭାଗର ଯୁକ୍ତ ତିନି ଶେଷବର୍ଷ ଛାତ୍ରୀ ରୁପାଳୀ ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ବେହେରା ତାଙ୍କର ଅଧ୍ୟାପନା ଜୀବନର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ଯୁକ୍ତ ତିନି ବର୍ଷର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରୀ ଲିଲେସରୀ ସାହୁ, ମୁକ୍ତେଶ୍ୱର ବାଗ, ଝସକେତନ ରଣା, ଚୂଡାମଣି ଶଗରିଆ, ସମେତ ବିଭାଗର ସମସ୍ତ କାର୍ଯ୍ୟ ତୁଲାଇବା ସହିତ ଶେଷବର୍ଷ ଛାତ୍ରୀ କ୍ରିଷ୍ଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରୋଜଗାର ନ ପାଇ ଦାଦନ ଯାଇଥିବା ଯୁବକ ପାଳଟୁଛି ଶବ

ବେଣୁଧର ସୂତାର ଙ୍କ କବିତା ବର୍ଷାରାଣୀ

Sunil Chandra Nayak

ଲତା ବେହେରା ଙ୍କ କବିତା ଠିକଣା

Sunil Chandra Nayak

Leave a Comment

error: Content is protected !!