ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଳ ଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । କୋଟି କୋଟି ଟଙ୍କା ହଡ଼ପ 

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଳ ଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । କୋଟି କୋଟି ଟଙ୍କା ହଡ଼ପ 

ରାୟଗଡା :- ପୋଖରି ଖୋଲିଥିବା ନାମରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ । କାଶୀପୁର ବ୍ଲକ୍ ରେ ୨୩ ଗୋଟି ପୋଖରୀ ଖୋଲିବା ନାମରେ ୨୦ଲକ୍ଷ ଟଙ୍କା ହଡ଼ପ କରିଥିବା ତଥ୍ୟ ପ୍ରମାଣ ମିଳିବା ପରେ ଅର୍ଥ ହଡ଼ପ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଜଳଛାୟା ମିଶନ ଓ ମୃତ୍ତିକା ବିଭାଗର ୪ ଜଣ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନସ୍ ।ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜିଲ୍ଲା ଜଳ ଛାୟା ପ୍ରକଳ୍ପର ଏପିଡି ରାଜେନ୍ଦ୍ର ନାଥ ନାୟକ ଙ୍କ ସହ ଜିତେନ୍ଦ୍ର ଖୋସଲା, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ଦୀପକ କୁମାର ସାହୁ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଏବଂ ଶ୍ରୀକୁମାର ନାୟକ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀଙ୍କୁ ଭିଜିଲାନସ୍ ଗିରଫ କରିଛି । ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ଓ କେତେ ପରିମାଣର ଟଙ୍କା ହଡ଼ପ କରିଛନ୍ତି ଏହାର ଅଧିକ ଯାଞ୍ଚ କରୁଛି ଭିଜିଲାନସ୍।

ଗିରଫ ସଂଖ୍ୟା ବଢିଵା ସମ୍ଭାବନା !

ରାୟଗଡ଼ା, କାଶୀପୁର ସମେତ ଏକାଧିକ ସ୍ଥାନରେ ଭିଜିଲାନସ୍ ପକ୍ଷରୁ ଚଡାଉ ଜାରି ରହିଛି । ଲୋକଙ୍କୁ ହାତକୁ କାମ ଯୋଗାଇବା ଉଦ୍ଦେଶ୍ୟରେ ପୋଖରୀ ଖନନ କରିବା । ଖନନ ପୋଖରୀରେ ଜଳ ସଂରକ୍ଷଣ ରଖିବା ଓ ସଂରକ୍ଷିତ ସେହି ଜଳକୁ ଚାଷ ପାଇଁ ବ୍ୟବହର କରିବା ଉଦ୍ଦେଶ୍ୟରେ ମୋ ପୋଖରୀ ଯୋଜନା କରିଛନ୍ତି ସରକାର । ଏହି ପୋଖରୀ ଯୋଜନା ଲୋକଙ୍କ ବା ଛୋଟ ଚାଷୀଙ୍କ ପାଇଁ କାମରେ ଆସିଲା ନାହିଁ । କାମ କରି ଟଙ୍କା ପାଇଲେ ନାହିଁ ଶ୍ରମିକ । ହେଲେ କାମ ନକରି ସରକାରଙ୍କ କୋଟି କୋଟି ଟଙ୍କା ହଡ଼ପ କରିନେଲେ ବିଭାଗର ଲାଞ୍ଚ ଖୋର୍ ଅଧିକାରୀ ଓ କର୍ମଚାରୀ ମାନେ । ଯୋଜନାକୁ ବାଟ ମାରଣା କରି ହୋଇଗଲେ ମାଲେ ମାଲ ।

MGNREGS ଯୋଜନାରେ ରାୟଗଡା ଜିଲ୍ଲାରେ କୋଟି କୋଟି ଟଙ୍କା ହଡ଼ପ ହୋଇଛି ବୋଲି ବ୍ୟାପକ ଚର୍ଚା ହେଉଥିଲା ।କାଶୀପୁର ବ୍ଲକର ଅନେକ ସ୍ଥାନରେ ପୋଖରୀ ଖୋଳିଥିବା ଦେଖାଇ ସରକାରୀ ଟଙ୍କା ଖାଇ ଦେଇଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା ପ୍ରାଥମିକ ତଦନ୍ତରେ ଏନଆରଇଜିଏସ୍ ଜରିଆରେ ୨୩ ଗୋଟି ପୋଖରୀ ଖନନ ନ କରି ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ପ୍ରମାଣ ମିଳିବା ପରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଳ ଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ସେସବୁର ତଦନ୍ତ କରୁଛି ଭିଜିଲାନସ୍।

ଯୋଜନାବଦ୍ଧ ଭାବରେ ଅର୍ଥ ହଡ଼ପ

ପୋଖରି ଖନନ ପାଇଁ ନିଶ୍ଚିତ ହେବା ପରେ ପ୍ରଥମେ ଅର୍ଥ ହଡ଼ପ କିପରି କରାଯାଇ ପାରିବ ଯୋଜନା ପ୍ରସ୍ତୁତ କରାଯାଉଛି । ସେ ଅଞ୍ଚଳର କିଛି ଶ୍ରମିକ କାର୍ଡ ଥିବା ହିତାଧିକାରୀଙ୍କ କାର୍ଡ ସଂଗ୍ରହ କରାଯାଉଛି । ଶ୍ରମିକ ମାନଙ୍କ ଦ୍ଵାରା କାମ ନ କରି ମେସିନ ଦ୍ବାରା କରାଯାଉଛି । ଆଉ କିଛି ସ୍ଥାନରେ କାମ ଦେବାପାଇଁ ଆବେଦନ କରିବା ନାମରେ ଜବ କାର୍ଡ ସଂଗ୍ରହ କରାଯାଉଅଛି । ବିଲ କରି ସେହି ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରାଯାଉଛି । ଘର ଘର ବୁଲି ମେସିନ ସହାୟତାରେ ଟିପ ନିଆଯାଉଛି । ଟଙ୍କା ହିତାଧିକାରୀଙ୍କ ଜରିଆରେ ପରେ ଉଠାଇ ନେଉଛନ୍ତି । ଉଠେଇଲା ବେଳେ ହିତାଧିକାରୀଙ୍କୁ ପକେଟ ଖର୍ଚ୍ଚ ଦେଇ ବାକି ଅଂଶ ସିଧା ହରିଲୁଟ କରାଯାଉଛି । ଏମତି କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ପ୍ରଥମେ କିଛି ଜବକାର୍ଡ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଥିଲେ। ପରେ ସବୁ ଟଙ୍କା ତକ ଉଠାଇ ନେଇଥିଲେ ବୋଲି ଭିଜିଲାନସ୍ କୁ ଜଣାପଡିଛି।୨୨.୦୫.୨୦୨୫ ରେ, ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନସ୍ ପକ୍ଷରୁ ମାମଲା ଦରଜ କରାଯାଇ ଗିରଫ କରିଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

Leave a Comment

error: Content is protected !!