ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଟାଉନ ଥାନା! ମୁଣ୍ଡିଆ ଖେଳ ପଡିଆ ନିକଟସ୍ଥ ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର ଟାଉନ ଥାନା! ମୁଣ୍ଡିଆ ଖେଳ ପଡିଆ ନିକଟସ୍ଥ ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର 

 ମୟୂରଭଞ୍ଜ – ୨୧/୦୫ — ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଚିନ୍ତିତ । ମାନସିକ ବିକାରଗ୍ରସ୍ତ,ଅଭାବ ,ଅନାଟନ, ନିଯୁକ୍ତି, ହାତକୁ କାମ ନାହିଁ,ଏକଲା ପଣ ,ଏକ ତରଫା ପ୍ରେମ ନେଇ ମୁଁ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି ।

 ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭେଣ୍ଡିଆ ଗ୍ରାମ୍ୟ ଖେଳ ପଡିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ନିମ୍ବ ଗଛରେ ଏକ ଯୁବକ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଯୁବକକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୫/୨୫ ରୁଜୁ କରି ତଦନ୍ତ କରୁଛି ।ମୃତ ଯୁବକଙ୍କ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କାଳିମାଟି ଗ୍ରାମର ରାମଜିତ ହେମ୍ବ୍ରମ ଙ୍କ ପୁଅ ଦୁଃଖୀ ହେମ୍ବ୍ରମ (୨୧) । ସେ କିଛି ବର୍ଷ ହେଲା ନିଜ ଭଉଣୀ ଘରେ ରହି ଆସି ନିକଟସ୍ଥ ଓ୍ବେଲଡିଂ କାମ କରୁଥିଲେ । ପୋଲିସ ତଦନ୍ତ ଜାରି ରଖିଛି ।ଶଵ ବ୍ୟବଛେଦ ଓ ପାରିପାର୍ଶ୍ବିକ ଘଟଣା ତଦନ୍ତ ପରେ ଅସଲି ଘଟଣା ଜଣା ପଡିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

masiha

ନକଲି ବିଦେଶୀ ମଦ ସହିତ କାର ଜବତ, ୦୨ ଗିରଫ

masiha

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

Leave a Comment

error: Content is protected !!