ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

 ଡାଵୁଗାଁ, ୨୨/୫ (ମ.ନି.ସ.) ନବରଙ୍ଗପୁର ଜିଲା ଡାଵୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ମହିମା ଧର୍ମର ନୂତନ ବାନା ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁବାର ଅନୁଷ୍ଠିତ ହୋଇଛି | ଵିଶ୍ଵ ଶାନ୍ତି ମୈତ୍ରୀ ପାଇଁ ବୈଦିକ ସତ୍ୟ ସନାତନ ମହିମା ଧର୍ମ ଦୀକ୍ଷିତ ଭକ୍ତଙ୍କ ସମାଗମରେ ବକ୍କଳଧାରୀ ବ୍ରହ୍ମଅବଧୂତ ଅନାଦିବାବା , ଡମ୍ବରୁ ବାବା, ରାମଚ଼ନ୍ଦ୍ର ବାବା ସଭାପତିତ୍ଵରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରାଯାଇଛି | ସକାଳ ୧୦ଘଣ୍ଟା ସମୟରେ ପବିତ୍ର ନଦୀ କୂଳରୁ ଜଳ ସଂଗ୍ରହ ସହ ମନ୍ଦିର ପିଠରେ ଶୁଭ ଅନୁକୂଳ କଳସ ସ୍ଥାପନ କରାଯାଇଥିଲା । ଆଜି ସଂନ୍ଧ୍ୟାରୁ ଅହରାତ୍ର ବ୍ୟାପି ମହିମା ଧର୍ମ ର ନାମ ଧ୍ୱନିରେ ଘିଅ ସମର୍ପଣ ସହ ଯଜ୍ଞ କାର୍ଯ୍ୟ ସମ୍ପାଦନ ହେବ । ବୈଦିକ ସତ୍ୟ ସନାତନ ମହିମା ଧର୍ମର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ରେ ଧାର୍ମିକ ଭାବନାର ସତ ପଥ ର ମଣିଷ ହେବାକୁ ମତ ଦେଇଥିଲେ । ପୂର୍ବତନ ବ୍ଲକ ଚେୟାରମ୍ୟାନ ବଂଶିଧର ମାଝୀ, ହିରଣ୍ୟ ମାଝୀ ଓ ମେଦନାର ଗ୍ରାମବାସୀ ଓ ଭକ୍ତ ମାନଙ୍କ ପ୍ରୟାସରେ ବିଶ୍ୱଶାନ୍ତି ପାଇଁ ବୈଦିକ ସତ୍ୟସନାତନ ମହିମା ଧର୍ମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀରାମ ନାମରେ ଗୁଞ୍ଜରିତ ହେଲା ମଧୁ ମାଧବ ତୀର୍ଥ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

Sunil Chandra Nayak

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

Sunil Chandra Nayak

ଓଲମା ଠାରେ ପାଳନ ହେଲା ଟୋକିମରା ପର୍ବ

Sunil Chandra Nayak

Leave a Comment

error: Content is protected !!